ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ର ମିନି ନିଲାମରେ ଅଷ୍ଟ୍ରେଲିଆର ତାରକା ଅଲରାଉଣ୍ଡର କ୍ୟାମେରୁନ ଗ୍ରୀନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏହି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୫.୨୦ କୋଟି ଟଙ୍କାରେ କିଣିଛି। ଗ୍ରୀନ୍ ପାଇଁ ଚେନ୍ନାଇ ସୁପର କିଙ୍ଗସ୍ ଏବଂ କେକେଆର୍ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଚେନ୍ନାଇ ସୁପର କିଙ୍ଗସ୍ ୨୫ କୋଟି ପର୍ଯ୍ୟନ୍ତ ଯାଇ ଓହରି ଯାଇଥିଲା। ଗ୍ରୀନ୍ ଏବେ ଆଇପିଏଲ୍ ନିଲାମ ଇତିହାସର ସବୁଠାରୁ ବିଦେଶୀ ମହଙ୍ଗା ଖେଳାଳି ପାଲଟିଛନ୍ତି। ସେ ମିଚେଲ୍ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି, ଯାହାକୁ ୨୦୨୪ ନିଲାମରେ କେକେଆର୍ ୨୪.୭୫ କୋଟି ଟଙ୍କାରେ କିଣିଥିଲା।
ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ କ୍ୟାମେରନ୍ ଗ୍ରୀନ୍ ପାଇଁ ନିଲାମ ଡାକରା ଆରମ୍ଭ କରିଥିଲା।ଏହା ପରେ କେକେଆର୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଗ୍ରୀନଙ୍କୁ କିଣିବା ପାଇଁ ପ୍ରତିଦ୍ଵନ୍ଦ୍ଵିତା ହୋଇଥିଲା। ରାଜସ୍ଥାନର ପର୍ସରେ ୧୬.୦୫ କୋଟି ରହିଥିବାରୁ ଦଳ ଓହରି ଯାଇଥିଲା।ତଥାପି ରାଜସ୍ଥାନ ଗ୍ରୀନଙ୍କ ପାଇଁ ୧୩.୪୦ କୋଟି ପର୍ଯ୍ୟନ୍ତ ଯାଇଥିଲା।
ଚେନ୍ନାଇ-କୋଲକାତା ନିଲାମ ଯୁଦ୍ଧ
ଏହା ପରେ ଚେନ୍ନାଇ ଏବଂ କୋଲକାତା ଫ୍ରାଞ୍ଚାଇଜ୍ ମଧ୍ୟରେ ଡାକରା ଲଢେଇ ଜମିଥିଲା। ଏହା ଆଇପିଏଲ୍ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ ଦ୍ୱାରା ଖେଳାଳିଙ୍କ ପାଇଁ ସର୍ବାଧିକ ଡାକରା ଦେଇଥିଲା। ପୂର୍ବରୁ ସିଏସକେ ୨୦୨୩ ନିଲାମରେ ବେନ୍ ଷ୍ଟୋକ୍ସଙ୍କୁ୧୬.୨୫ କୋଟିରେ କିଣିଥିଲା, ଯାହା ଏପର୍ଯ୍ୟନ୍ତ ଏକ ନିଲାମରେ ସିଏସକେ ପାଇଁ ସର୍ବାଧିକ ନିଲାମ ଥିଲା। ଚେନ୍ନାଇ ଗ୍ରୀନଙ୍କ ପାଇଁ ୨୫ କୋଟି ପର୍ଯ୍ୟନ୍ତ ନିଲାମ ଡାକିଥିଲା। କିନ୍ତୁ ଏହା ପରେ ସେଥିରୁ ଓହରି ଯାଇଥିଲା।
ନିଲାମରେ ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି
କ୍ୟାମେରନ୍ ଗ୍ରୀନ୍ ଆଇପିଏଲ୍ ନିଲାମ ଇତିହାସରେ ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହୋଇଛନ୍ତି। ପୂର୍ବରୁ, ଏହି ରେକର୍ଡ ମିଚେଲ୍ ଷ୍ଟାର୍କଙ୍କ ନାମରେ ଥିଲା, ଯାହାକୁ ୨୦୨୪ ନିଲାମରେ କୋଲକାତା ନାଇଟ୍ ରାଇଡର୍ସ ୨୪.୭୫ କୋଟିରେ କିଣିଥିଲା। କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ଗ୍ରୀନ୍ ପାଇଁ ନିଲାମ ଡାକିଥିଲା।