ଭୁବନେଶ୍ୱର, ରାଜ୍ୟ ସରକାର ମଙ୍ଗଳବାର ଓଏଏସ୍ ସ୍ତରରେ ଛୋଟ ଧରଣର ଅଦବଦଳ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତଥା ଏବଂ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟକ ବିଭାଗର ଓଏସଡି ଥିବା ଓଏସ୍ ଅଧିକାରୀ ମନୋଜ କୁମାର ବେହାରଙ୍କୁ ବଦଳି କରାଯାଇଛି । ସେ ଯାଜପୁର ମହାରାଜା ଯଯାତି କେଶରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ପ୍ରଶାସନିକ ଅଧିକାରୀ ପଦକୁ ବଦଳି ହୋଇଛନ୍ତି ।
ମନୋଜଙ୍କ ସ୍ଥାନରେ ଡେଲାଙ୍ଗ ବିଡ଼ିଓ ତଥା ଯାଜପୁର ମହାରାଜା ଯଯାତି କେଶରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀଥିବା କ୍ଷିତିଶ ବେହେରା ଓଏସଡି ହୋଇ ଆସିଛନ୍ତି । ଏହା ସହିତ ଚଳିତ ବର୍ଷ ଜୁଲାଇ ୨୪ ତାରିଖରେ କ୍ଷିତିଶଙ୍କୁ ଏମଜେକେ କଲେଜ ଏବଂ ହସ୍ପିଟାଲରେ ମିଳିଥିବା ପ୍ରଶାସନିକ ଅଧିକାର ପଦକୁ ବାତିଲ କରାଯାଇଛି ।