ପୁରୀ ସମୁଦ୍ରକୂଳ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବଡ଼ ଚଢାଉ କରାଯାଇଛି। ପର୍ଯ୍ୟଟକଙ୍କ ଭିଡ଼ ବଢ଼ୁଥିବାବେଳେ ରାସ୍ତାକୂଳ ଖାଦ୍ୟ ଦୋକାନ ଓ ଫାସ୍ଟଫୁଡ୍ ଷ୍ଟଲଗୁଡ଼ିକର ସ୍ୱଚ୍ଛତା ଓ ଖାଦ୍ୟର ମାନ ଯାଞ୍ଚ କରାଯାଇଥିଲା। ଫୁଡ୍ ସେଫ୍ଟି ଅଫିସର ରାଜେଶ୍ୱରୀ ପତିଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା। ତାଙ୍କ ସହ ଖାଦ୍ୟ ସୁରକ୍ଷା ବିଭାଗ ଓ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଥିଲେ। ଯାଞ୍ଚ ସମୟରେ ବିଭିନ୍ନ ଦୋକାନରୁ ପ୍ରାୟ ୩୫ କିଲୋ ବାସି ଓ ଅଖାଦ୍ୟ ସାମଗ୍ରୀ ଜବତ କରାଯାଇଥିଲା। ପରେ ସେଗୁଡ଼ିକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା।
ଏହାସହ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବା କିଛି ବ୍ୟବସାୟୀଙ୍କ ଉପରେ ଜରିମାନା ଲାଗୁ କରାଯାଇଛି। ମୋଟ ୫ ହଜାର ଟଙ୍କା ଫାଇନ୍ ଆଦାୟ ହୋଇଥିବା ସୂଚନା ମିଳିଛି। ଗ୍ରୀଷ୍ମ ଛୁଟି ସମୟରେ ପୁରୀକୁ ଏବେ ହଜାର ହଜାର ପର୍ଯ୍ୟଟକ ଆସୁଥିବାରୁ ଖାଦ୍ୟର ଗୁଣମାନ ଓ ସ୍ୱଚ୍ଛତା ଉପରେ ବିଶେଷ ନଜର ରଖାଯାଉଛି। ଆଗାମୀ ଦିନରେ ମଧ୍ୟ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଏଭଳି ଅଚାନକ ଚଢାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଅଧିକ ପଢନ୍ତୁ: ଆସୁଛି ପେସା ଆଇନ; ଆଦିବାସୀଙ୍କୁ ମିଳିବ ଜଳ-ଜଙ୍ଗଲ-ଜମିର ଅଧିକାର