ଲଗାତାର ୭ ଟି ମ୍ୟାଚ ପର୍ଯ୍ୟନ୍ତ ଅପରାଜିତ ଥିବା ପଞ୍ଜବ କିଙ୍ଗ୍ସର ବିଜୟ ଧାରାରେ ବ୍ରେକ ଲାଗିଛି । ସନରାଇଜର୍ସ ହାଇଦ୍ରାବାଦ ବୁଧବାର ପଞ୍ଜାବକୁ କେବଳ ୩୩ ରନରେ ପରାସ୍ତ କରିଛି ତାହା ନୁହେଁ ବରଂ ପଏଣ୍ଟ ଟେବୁଲରେ ଏକ ନମ୍ବରରେ ଥିବା ପଞ୍ଜାବକୁ ତଳକୁ ଓହ୍ଲାଇ ଦେଇଛି । ପଞ୍ଜାବ ଏହି ମ୍ୟାଚରେ ଅନେକ କ୍ୟାଚ ଛାଡ଼ିଛି ଯାହା ଫଳସ୍ୱରୂପ ହାଇଦ୍ରାବାଦ ୨୩୫ ସଂଗ୍ରହ କରିବାରେ ସଫଳ ହୋଇଥିଲା । କୁପର କନୋଲିଙ୍କ ସାତକ ସତ୍ୱେ ପଞ୍ଜାବ ୩୩ ରନରେ ମ୍ୟାଚ ହାରିଲା । ବିଜୟ ସହ ହାଇଦ୍ରାବାଦ ୧୪ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନ ଅକ୍ତିଆର କରିଥିବାବେଳେ ୧୩ ପଏଣ୍ଟ ସହ ପଞ୍ଜାବ ଦ୍ଵିତୀୟ ସ୍ଥାନରେ ରହିଛି । ପଞ୍ଜାବର ଏହି ହ୍ୟାଟ୍ରିକ ପରାଜୟ ପରେ ପ୍ଲେଆଫ ଦୌଡ ଆହୁରି ରୋମାଞ୍ଚକର ହୋଇଛି । ତେବେ ଆସନ୍ତୁ ନଜର ପକାଇବା ଏହି ୧୦ ଦଳର ପ୍ଲେଅଫ ସମୀକରଣ ଉପରେ ।
ଟପ୍-୪ ରେ ରହିବାକୁ ହେଲେ କେଉଁ ଦଳକୁ କେତୋଟି ବିଜୟର ଆବଶ୍ୟକତା ?
ପଞ୍ଜାବ କିଙ୍ଗ୍ସ : ହାଇଦ୍ରାବାଦ ବିପକ୍ଷ ମ୍ୟାଚ ହାରିବା ପରେ ପଞ୍ଜାବକୁ ନିଜ ଶେଷ ୪ ଟି ମ୍ୟାଚରୁ ଅତି କମରେ ୨ ଟି ମ୍ୟାଚରେ ବିଜୟ ହାସଲ କରିବାକୁ ହେବ । ଯାହାଫଳରେ ପଞ୍ଜବ ୧୭ ପଏଣ୍ଟରେ ପହଞ୍ଚିବ ଓ ସମ୍ଭବତଃ ପ୍ଳେଅଫରେ ପହଞ୍ଚିବ।
ପଞ୍ଜାବ କିଙ୍ଗ୍ସର ଶେଷ ୪ ଟି ମ୍ୟାଚ
ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ -୧୧ ମଇ ୨୦୨୬
ପଞ୍ଜାବ କିଙ୍ଗ୍ସ ବନାମ ମୁମ୍ବାଇ ଇଂଡିଆନ୍ସ - ୧୪ ମଇ ୨୦୨୬
ପଞ୍ଜାବ କିଙ୍ଗ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ- ୧୭ ମଇ ୨୦୨୬
ପଞ୍ଜାବ କିଙ୍ଗ୍ସ ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟସ- ୨୩ ମଇ ୨୦୨୬
ସନରାଇଜର୍ସ ହାଇଦ୍ରାବାଦ: ପଞ୍ଜାବ ବିପକ୍ଷ ମ୍ୟାଚରେ ବିଜୟ ପରେ ହାଇଦ୍ରାବାଦ ୭ ଟି ବିଜୟ ହାସଲ କରିଛି । ପ୍ଲେଅଫରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ ହାଇଦ୍ରାବାଦକୁ ନିଜ ଶେଷ ୩ ଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ଜିତିବାକୁ ହେବ । ହାଇଦ୍ରାବାଦର ନେଟ ରନ ରେଟ୍ ଭଲ ଥିବାରୁ ୧୬ ପଏଣ୍ଟରେ ହାଇଦ୍ରାବାଦ ପ୍ଲେଅଫରେ ପହଞ୍ଚି ପାରିବ ।
ହାଇଦ୍ରାବାଦର ଶେଷ ୩ ଟି ମ୍ୟାଚ
ସନରାଇଜର୍ସ ହାଇଦ୍ରାବାଦ ବନାମ ଗୁଜୁରାଟ ଟାଇଟନ୍ସ -୧୨ ମଇ ୨୦୨୬
ସନରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗ୍ସ - ୧୮ ମଇ ୨୦୨୬
ସନରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ -୨୨ ମଇ ୨୦୨୬
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ : ଆରସିବିକୁ ପ୍ଲେଅଫରେ ପହଞ୍ଚିବା ପାଇଁ ବଳକା ୫ ଟି ମ୍ୟାଚରୁ ୨ ରୁ ୩ ଟି ବିଜୟର ଆବଶ୍ୟକତା ରହିଛି । ୧୬ ପଏଣ୍ଟରେ ଆରସିବି ପ୍ଳେଅଫରେ ପହଞ୍ଚି ପାରିବ କାରଣ ଆରସିବିର ନେଟ ରନ ରେଟ୍ +୧.୪୨୦ ରହିଛି । ଯଦି ୧୮ ପଏଣ୍ଟ ସଂଗ୍ରହ କରିବାରେ ଆରସିବି ସଫଳ ହେଉଛି ତେବେ ଅତି ସହଜରେ ପ୍ଲେଅଫରେ ପହଞ୍ଚିବ ।
ଆରସିବିର ଶେଷ ୫ ଟି ମ୍ୟାଚ
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟସ - ୭ ମଇ ୨୦୨୬
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ମୁମ୍ବାଇ ଇଂଡିଆନ୍ସ - ୧୦ ମଇ ୨୦୨୬
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ କୋଲକାତା ନାଇଟ ରାଇଡ଼ର୍ସ- ୧୩ ମଇ ୨୦୨୬
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ପଞ୍ଜାବ କିଙ୍ଗ୍ସ - ୧୭ ମଇ ୨୦୨୬
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ସନରାଇଜର୍ସ ହାଇଦ୍ରାବାଦ - ୨୨ ମଇ ୨୦୨୬
ରାଜସ୍ଥାନ ରୟାଲ୍ସ : ରିୟାନ ପରାଗଙ୍କ ନେତୃତ୍ୱାଧୀନ ରାଜସ୍ଥାନକୁ ପ୍ଲେଅଫରେ ପହଞ୍ଚିବା ପାଇଁ ବଳକା ୪ ଟି ମ୍ୟାଚରୁ ୨ ଟି ବିଜୟର ଆବଶ୍ୟକତା ରହିଛି । ରାଜସ୍ଥାନର ନେଟ ରନ ରେଟ୍ +୦.୫୧୦ ରହିଛି ଓ ଏହି ନେଟ ରନ ରେଟ୍ କୁ ଅଧିକ କରିବାକୁ ଚେଷ୍ଟା କଲେ ରାଜସ୍ଥାନ ୧୬ ପଏଣ୍ଟ ସହ ପ୍ଲେଅଫ ରେ ପହଞ୍ଚି ପାରିବ ।
ରାଜସ୍ଥାନ ରୟାଲ୍ସ ବନାମ ଗୁଜୁରାଟ ଟାଇଟନ୍ସ - ୯ ମଇ ୨୦୨୬
ରାଜସ୍ଥାନ ରୟାଲ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ - ୧୭ ମଇ ୨୦୨୬
ରାଜସ୍ଥାନ ରୟାଲ୍ସ vs ଲକ୍ଷ୍ନୌ ସୁପର ଜାଏଣ୍ଟସ -୧୯ ମଇ ୨୦୨୬
ରାଜସ୍ଥାନ ରୟାଲ୍ସ ବନାମ ମୁମ୍ବାଇ ଇଂଡିଆନ୍ସ - ୨୪ ମଇ ୨୦୨୬
ଗୁଜୁରାଟ ଟାଇଟନ୍ସ : ଗୁଜୁରାଟକୁ ପ୍ଲେଅଫରେ ପହଞ୍ଚିବା ପାଇଁ ଶେଷ ୪ ଟି ମ୍ୟାଚରୁ ୨ ଟି ବଡ ବିଜୟ ହାସଲ କରିବାକୁ ହେବ । ହାଇଦ୍ରାବାଦର ନେଟ ରନ ରେଟ୍ -୦.୧୪୭ ରହିଛି, ତେଣୁ ନେଟ ରନ ରେଟ୍ ରେ ରାଜସ୍ଥାନକୁ ସୁଧାର ଆଣିବାକୁ ହେବ ।
ଗୁଜୁରାଟ ଟାଇଟନ୍ସର ଶେଷ ୪ ଟି ମ୍ୟାଚ
ଗୁଜୁରାଟ ଟାଇଟନ୍ସ ବନାମ ରାଜସ୍ଥାନ ରୟାଲ୍ସ- ୯ ମଇ ୨୦୨୬
ଗୁଜୁରାଟ ଟାଇଟନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ- ୧୨ ମଇ ୨୦୨୬
ଗୁଜୁରାଟ ଟାଇଟନ୍ସ ବନାମ କୋଲକାତା ନାଇଟ ରାଇଡ଼ର୍ସ - ୧୬ ମଇ ୨୦୨୬
ଗୁଜୁରାଟ ଟାଇଟନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ- ୨୧ ମଇ ୨୦୨୬
ଚେନ୍ନାଇ ସୁପର କିଙ୍ଗ୍ସ : ସିଏସକେକୁ ପ୍ଲେଅଫରେ ପହଞ୍ଚିବା ପାଇଁ ନିଜ ବଳକା ୪ ଟି ମ୍ୟାଚରୁ ଅତିକମରେ ୩ ଟି ବିଜୟ ହାସଲ କରିବାକୁ ହେବ । ଚେନ୍ନାଇ ପାଇଁ ଭଲ କଥା ହେଲା ସେମାନଙ୍କ ନେଟ ରନ ରେଟ୍ +୦.୧୫୧ ରହିଛି । ତେଣୁ ଚେନ୍ନାଇ ୧୬ ପଏଣ୍ଟ ହାସଲ କଲେ ନେଟ ରନ ରେଟ୍ ଆଧାରରେ ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ ।
ଚେନ୍ନାଇ ସୁପର କିଙ୍ଗ୍ସର ଶେଷ ୪ ଟି ମ୍ୟାଚ:
ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟସ - ୧୦ ମଇ ୨୦୨୬
ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟସ - ୧୫ ମଇ ୨୦୨୬
ଚେନ୍ନାଇ ସୁପର କିଙ୍ଗ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ -୧୮ ମଇ ୨୦୨୬
ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଗୁଜୁରାଟ ଟାଇଟନ୍ସ - ୨୧ ମଇ ୨୦୨୬
ଦିଲ୍ଲୀ କ୍ୟାପିଟାଲ୍ସ : ଚଳିତ ସିଜିନର ଆରମ୍ଭ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଭଲ ହୋଇଥିଲେ ମଧ୍ୟ ବର୍ତ୍ତମାନ ଦିଲ୍ଲୀ କର ବା ମର ସ୍ତିତିରେ ରହିଛି । ୧୦ ଟି ମ୍ୟାଚରେ ୪ ଟି ବିଜୟ ହାସଲ କରିଛି ଦିଲ୍ଲୀ ଓ ନେଟ ରନ ରେଟ୍ (-୦.୯୪୯) ମଧ୍ୟ ଖରାପ ରହିଛି । ତେଣୁ ଶେଷ ୪ ଟି ମ୍ୟାଚ ଜିତିବା ସହ ଦିଲ୍ଲୀକୁ ନିଜ ନେଟ ରନ ରେଟ୍ ସୁଧାରିବାକୁ ହେବ ।
ଦିଲ୍ଲୀ କ୍ୟାପିଟାଲ୍ସର ଶେଷ ୪ ଟି ମ୍ୟାଚ:
ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ ରାଇଡ଼ର୍ସ - ୮ ମଇ ୨୦୨୬
ଦିଲ୍ଲୀ କ୍ୟାପିଟାଲ୍ସ ବନାମ ପଞ୍ଜାବ କିଙ୍ଗ୍ସ - ୧୧ ମଇ ୨୦୨୬
ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରାଜସ୍ଥାନ ରୟାଲ୍ସ - ୧୭ ମଇ ୨୦୨୬
ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ ରାଇଡ଼ର୍ସ - ୨୪ ମଇ ୨୦୨୬
କୋଲକାତା ନାଇଟ ରାଇଡ଼ର୍ସ : କେକେଆରକୁ ପ୍ଲେଅଫ ଦୌଡ଼ରେ ଜୀବିତ ରହିବାକୁ ହେଲେ ଶେଷ ୫ ଟି ମ୍ୟାଚ ଜିତିବାକୁ ହେବ, ଯାହା ଫଳରେ ସେମାନେ ୧୭ ପଏଣ୍ଟରେ ପହଞ୍ଚି ପାରିବେ ଓ ପରେ ଅନ୍ୟ ଦଳ ଉପରେ ନିର୍ଭର ହେବାକୁ ପଡିବ ।
କୋଲକାତା ନାଇଟ ରାଇଡ଼ର୍ସର ଶେଷ ୫ ଟି ମ୍ୟାଚ
କୋଲକାତା ନାଇଟ ରାଇଡ଼ର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ - ୮ ମଇ ୨୦୨୬
କୋଲକାତା ନାଇଟ ରାଇଡ଼ର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ -୧୩ ମଇ ୨୦୨୬
କୋଲକାତା ନାଇଟ ରାଇଡ଼ର୍ସ ବନାମ ଗୁଜୁରାଟ ଟାଇଟନ୍ସ -୧୬ ମଇ ୨୦୨୬
କୋଲକାତା ନାଇଟ ରାଇଡ଼ର୍ସ ବନାମ ମୁମ୍ବାଇ ଇଂଡିଆନ୍ସ -୨୦ ମଇ ୨୦୨୬
କୋଲକାତା ନାଇଟ ରାଇଡ଼ର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ - ୨୪ ମଇ ୨୦୨୬
ମୁମ୍ବାଇ ଇଂଡିଆନ୍ସ : ବର୍ତ୍ତମାନ ସ୍ଥିତି ଅନୁଯାୟୀ ମୁମ୍ବାଇ ୧୪ ପଏଣ୍ଟରେ ପହଞ୍ଚି ପାରିବ । ତେଣୁ ମୁମ୍ବାଇକୁ ବଳକା ସବୁ ମ୍ୟାଚ ଜିତିବାକୁ ହେବ । ଏହା ସହ ଅନ୍ୟ ଦଳର ପଏଣ୍ଟ ଉପରେ ମଧ୍ୟ ନିର୍ଭର କରିବାକୁ ହେବ ।
ମୁମ୍ବାଇ ଇଂଡିଆନ୍ସର ଶେଷ ଶେଷ ୪ ଟି ମ୍ୟାଚ
ମୁମ୍ବାଇ ଇଂଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ - ୧୦ ମଇ ୨୦୨୬
ମୁମ୍ବାଇ ଇଂଡିଆନ୍ସ ବନାମ ପଞ୍ଜାବ କିଙ୍ଗ୍ସ - ୧୪ ମଇ ୨୦୨୬
ମୁମ୍ବାଇ ଇଂଡିଆନ୍ସ ବନାମ କୋଲକାତା ନାଇଟ ରାଇଡ଼ର୍ସ - ୨୦ ମଇ ୨୦୨୬
ମୁମ୍ବାଇ ଇଂଡିଆନ୍ସ ବନାମ ରାଜସ୍ଥାନ ରୟାଲ୍ସ- ୨୪ ମଇ ୨୦୨୬
ଲକ୍ଷ୍ନୌ ସୁପର ଜାଏଣ୍ଟସ : ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ଲେଅଫ ସ୍ୱପ୍ନ ଚଳିତ ବର୍ଷ ପୁରା ହେଲା ଭଳି ମନେ ହେଉ ନାହିଁ । ନିଜ ଶେଷ ୪ ଟି ମ୍ୟାଚରେ ଜିତିଲେ ମଧ୍ୟ କେବଳ ୧୪ ପଏଣ୍ଟରେ ପହଞ୍ଚିବ ଲକ୍ଷ୍ନୌ ସୁପର ଜାଏଣ୍ଟସ। ଏହା ସହ ସେମାନଙ୍କ ନେଟ ରନ ରେଟ -୧.୦୭୬ ଥିବାରୁ ପ୍ଳେଅଫ ପାଇଁ ଯୋଗ୍ୟତା ଅର୍ଜନ କରିବା ଅସମ୍ଭବ ଭଳି ମନେ ହେଉଛି ।
ଲକ୍ଷ୍ନୌ ସୁପର ଜାଏଣ୍ଟସର ଶେଷ ୫ ଟି ମ୍ୟାଚ
ଲକ୍ଷ୍ନୌ ସୁପର ଜାଏଣ୍ଟସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ - ୭ ମଇ ୨୦୨୬
ଲକ୍ଷ୍ନୌ ସୁପର ଜାଏଣ୍ଟସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ- ୧୦ ମଇ ୨୦୨୬
ଲକ୍ଷ୍ନୌ ସୁପର ଜାଏଣ୍ଟସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ - ୧୫ ମଇ ୨୦୨୬
ଲକ୍ଷ୍ନୌ ସୁପର ଜାଏଣ୍ଟସ ବନାମ ରାଜସ୍ଥାନ ରୟାଲ୍ସ - ୧୯ ମଇ ୨୦୨୬
ଲକ୍ଷ୍ନୌ ସୁପର ଜାଏଣ୍ଟସ ବନାମ ପଞ୍ଜାବ କିଙ୍ଗ୍ସ - ୨୩ ମଇ ୨୦୨୬