ଇଂଲଣ୍ଡ ଓ ଆୟରଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ନିଜ ଦଳ ଘୋଷଣା କରିଛି । ଦଳର ସବୁଠାରୁ ଅଭିଜ୍ଞ ଖେଳାଳି କେନ୍ ୱିଲିୟମସନ ଦଳକୁ ଫେରିଛନ୍ତି ଓ ତାଙ୍କ ପାଖରେ ସୁଯୋଗ ରହିଛି ଦଶ ହଜାର ଟେଷ୍ଟ ରନ ସଂଗ୍ରହ କରିବା ପାଇଁ। ନ୍ୟୁଜିଲାଣ୍ଡ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବା, ଯାହାକି ୨୭ ମଇରୁ ୩୦ ମଇ ପର୍ଯ୍ୟନ୍ତ ଚାଲିବ । ଏହା ପରେ ୪ ଜୁନରୁ ୨୯ ଜୁନ ପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ ତିନୋଟି ଟେଷ୍ଟ ମ୍ୟାଚ ଖେଳିବ ନ୍ୟୁଜିଲାଣ୍ଡ ।
ୱିଲ୍ ୟଙ୍ଗଙ୍କୁ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ହେନରୀ ନିକଲ୍ସଙ୍କୁ ସୁଯୋଗ ଦେଇଛି ନ୍ୟୁଜିଲାଣ୍ଡ । ଏହି ଦୁଇଟି ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ୧୯ ଜଣିଆ ଦଳ ଘୋଷଣା କରିଛି । କାଇଲ୍ ଜାମିସନ୍ ୨୦୨୪ ଫେବୃଆରୀ ପରେ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳକୁ ଫେରିଛନ୍ତି । ଟେଷ୍ଟ କ୍ରିକେଟ ପାଇଁ ସମ୍ପୂର୍ଣ୍ଣ ଫିଟ ନଥିବାରୁ ସେ ଦୁଇ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ଫର୍ମାଟରୁ ଦୁରେଇ ରହିଥିଲେ । କିନ୍ତୁ ଏବେ ସେ ଟେଷ୍ଟ କ୍ରିକେଟରେ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦେବେ।
କାଇଲ୍ ଜାମିସନ୍ ଙ୍କ ଅନୁପସ୍ଥିତିରେ ନିଜ ପ୍ରତିଭା ପ୍ରଦର୍ଶନ କରିଥିବା ୱିଲ୍ ଓ'ରୌର୍କେଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି । ୩୫ ବର୍ଷୀୟ କେନ୍ ୱିଲିୟମସନ ଗତ ବର୍ଷ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଦଳକୁ ଫେରିଛନ୍ତି ଓ କହିଛନ୍ତି ଏହି ସିରିଜ ଗୁଡିକରେ ନିଜ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସେ ନିଜ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବେ। ଏହି ଦଳରେ ଜଣେ ଅନ୍-କ୍ୟାପ ଖେଳାଳିଙ୍କୁ ସୁଯୋଗ ମିଳିଛି, ସେଣ୍ଟ୍ରାଲ୍ ଡିଷ୍ଟ୍ରିକ୍ଟସ୍ ଅଲ୍ରାଉଣ୍ଡର୍ ଡିନ୍ ଫକ୍ସକ୍ରଫ୍ଟ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ସିନିଅର ଦଳରେ ସାମିଲ ହୋଇଛନ୍ତି ।
ନ୍ୟୁଜିଲାଣ୍ଡ ଦଳ:
ଟମ୍ ଲାଥାମ୍ (ଅଧିନାୟକ), ଟମ୍ ବ୍ଲଣ୍ଡେଲ୍, କ୍ରିଶ୍ଟିଆନ୍ କ୍ଲାର୍କ (କେବଳ ଆୟର୍ଲାଣ୍ଡ ସିରିଜ୍ ପାଇଁ), ଡେଭନ୍ କନୱେ, ଜାକ୍ ଫୋଲ୍କ୍ସ, ଡିନ୍ ଫକ୍ସକ୍ରଫ୍ଟ, ମ୍ୟାଟ୍ ହେନରୀ, କାଇଲ୍ ଜାମିସନ୍, ଡାରିଲ୍ ମିଚେଲ୍, ହେନରୀ ନିକୋଲ୍ସ, ୱିଲ୍ ଓ'ରୌର୍କେ, ଗ୍ଲେନ୍ ଫିଲିପ୍ସ, ମାଇକେଲ୍ ରେ (କେବଳ ଆୟର୍ଲାଣ୍ଡ ସିରିଜ୍ ପାଇଁ), ରଚିନ୍ ରବିନ୍ଦ୍ର, ବେନ୍ ସିୟର୍ସ, ନାଥନ୍ ସ୍ମିଥ୍, ବ୍ଲେୟାର ଟିକନର, କେନ୍ ୱିଲିୟମ୍ସନ୍ ଓ ୱିଲ୍ ୟଙ୍ଗ୍ (କେବଳ ଆୟର୍ଲାଣ୍ଡ ସିରିଜ୍ ପାଇଁ)