ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜିନରେ ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଛି । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ମୁମ୍ବାଇ ପାଇଁ ରଘୁ ଶର୍ମା ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି । ଏହି ମ୍ୟାଚରେ କୌଣସି ସଫଳତା ମିଳିନଥିବାବେଳେ ମୁମ୍ବାଇର ଘରୋଇ ମୈଦାନ ୱାଙ୍ଖେଡେ ଷ୍ଟାଡିୟମରେ ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ନିଜର ପ୍ରଥମ ୱିକେଟ୍ ହାସଲ କରିଛନ୍ତି ରଘୁ ଶର୍ମା।
ପ୍ରଥମ ୱିକେଟ୍ ହାସଲ କରି, ରଘୁ ତାଙ୍କ ପକେଟରୁ ଏକ କାଗଜ ବାହାର କରିଥିଲେ । ତେବେ ଏହି କାଗଜ କୌଣସି ସାଧା କାଗଜ ନଥିଲା ବରଂ ଏହା ଏକ ଭାବପ୍ରବଣ ଚିଠି ଥିଲା, ଯେଉଁ ଚିଠିକୁ ନେଇ ଏବେ ସବୁଠି ଆଲୋଚନା ହେଉଛି । ରଘୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ୪ ଓଭରରେ ୩୬ ରନ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।
ରଘୁ ଲକ୍ଷ୍ନୌର ଅକ୍ଷତ ରଘୁବଂଶୀଙ୍କୁ ଆଉଟ କରି ପ୍ୟାଭିଲିଅନ ପଠାଇଥିଲେ । ଏହି ମ୍ୟାଚର ୧୩ ତମ ଓଭର ବୋଲିଂ କରୁଥିବାବେଳେ ଅକ୍ଷତ ରଘୁବଂଶୀଙ୍କୁ ନିଜ ଜାଲରେ ଫସାଇବାରେ ସଫଳ ହୋଇଥିଲେ ରଘୁ ଓ ନିଜେ କ୍ୟାଚ ଧରି ରଘୁବଂଶୀଙ୍କ ୱିକେଟ୍ ନେବା ସହ ତାଙ୍କ ଆଇପିଏଲ କ୍ୟାରିଅରର ପ୍ରଥମ ୱିକେଟ୍ ହାସଲ କରିଥିଲେ । ଏହା ପରେ ସେ ତାଙ୍କ ପକେଟରୁ ଏକ ଚିଠି ବାହାର କରିଥିଲେ, ଚିଠିରେ ଏକ ଭାବପ୍ରବଣ ବାର୍ତ୍ତା ଲେଖା ହୋଇଥିଲା । ଚିଠିରେ ଲେଖାହୋଇଥିଲା "ରାଧେ ରାଧେ । ଗୁରୁଦେବଙ୍କ କୃପାରୁ ୧୫ ବର୍ଷର କଷ୍ଟକର ଯାତ୍ରା ଆଜି ଶେଷ ହୋଇଛି । ମତେ ଏହି ସୁଯୋଗ ଦେଇଥିବାରୁ, ମୁମ୍ବାଇ ଇଂଡିଆନ୍ସ ଅଶେଷ ଅଶେଷ ଧନ୍ୟବାଦ । ଜୟ ଶ୍ରୀ ରାମ ।"