ମୟୂରଭଞ୍ଜରେ ଲୁଟେରାଙ୍କ ନୂଆ ଫଣ୍ଡା। ପୋଲିସ ଥାନାଠାରୁ ମାତ୍ର ୩ଶହ ମିଟର ଦୂରରେ ଥିବା ଏସବିଆଇ ଏଟିଏମକୁ ଟାର୍ଗେଟ କରି ଫିଲ୍ମୀ ଷ୍ଟାଇଲରେ ଲୁଟ କରିଛନ୍ତି ଦୁର୍ବୃତ୍ତ। ପ୍ରଥମେ ସିସିଟିଭି କ୍ୟାମେରାରେ ଲାଲ ରଙ୍ଗର ସ୍ପ୍ରେ ମାରିବା ପରେ ଗ୍ୟାସ କଟର ଧରି ଏଟିଏମ ଭିତରକୁ ପଶିଲେ ଲୁଟେରା। ଘଟଣା ଘଟିଛି ଖୁଣ୍ଟା ଥାନା ନିକଟ ବଙ୍ଗଳା ଛକରେ।
ସୂଚନା ମୁତାବିକ, ଗତକାଲି ବିଳମ୍ବିତ ରାତିରେ ଏସବିଆଇ ଏଟିଏମକୁ ଟାର୍ଗେଟ କରିଥିଲେ ଲୁଟେରାମାନେ। ସିସିଟିଭିକୁ ଅଚଳ କରିବା ପରେ ଗ୍ୟାସ କଟରରେ ଏଟିଏମ ମେସିନକୁ କାଟିଥିଲେ। କଟିବା ସମୟରେ ମେସିନର କିଛି ଅଂଶ ଜଳିଯାଇଥିବା ବେଳେ, ସମସ୍ତ କ୍ୟାସ ଟ୍ରେରୁ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି।ଏତିକିରେ ସେମାନଙ୍କ ଦୁଃସାହସ ଥମି ନଥିଲା।ସାଇରନ ବାଜିଯିବା ଭୟରେ ସାଇରନକୁ ମଧ୍ୟ ପିଟି ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ। ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। କେତେ ଟଙ୍କା ଲୁଟ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ, ଖୁଣ୍ଟା ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛ