ଭୁବନେଶ୍ୱର ; ପୁଣି ବଢ଼ିଲା ତାପମାତ୍ରା। ସକାଳ ୮ଟାରୁ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ। ଦିନର ତାପମାତ୍ରା ୪୮ ଡିଗ୍ରୀ ଟପିଯିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏପରିକି ଝାଞ୍ଜି ପବନ ଓ ତୀବ୍ର ଖରା ଲୋକଙ୍କୁ ଅସ୍ତବ୍ୟସ୍ତ କରିପାରେ। ଯାହାଫଳରେ ଅଂଶୁଘାତର ଆଶଙ୍କା ବଢ଼ିପାରେ। ତେଣୁ ତାତିକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ଅଂଶୁଘାତ ମୁକାବିଲା ପାଇଁ ବ୍ୟବସ୍ଥା କରାଯାଇଛି। ଏପରିକି ବିଭିନ୍ନ ଛକରେ ଜଳଛତ୍ରର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାସହିତ ଦିନରେ ଶ୍ରମିକଙ୍କୁ କାମ କରିବା ପାଇଁ ବାରଣ କରାଯାଇଛି ଯଦି କୌଣସି ଠିକାଦାର ସେମାନଙ୍କୁ କାମ କରାନ୍ତି ତେବେ ପ୍ରଶାସନ ପକ୍ଷରୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତେବେ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିଥିଲା। ରାଜ୍ୟରେ ସକାଳୁ ସକାଳୁ କୋହଲା ପାଗ ଅନୁଭୂତ ହେଉଥିଲା। ଏପରିକି ବିଭିନ୍ନ ଜିଲ୍ଲାରେ ମାଧ୍ୟମ ଧରଣର ବର୍ଷା ମଧ୍ୟ ହୋଇଥିଲା। ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବାବେଳେ ପବନର ବେଗ ୫୦ରୁ ୬୦ କିଲୋମିଟର ଯାଏଁ ବହିଥିଲା। କିନ୍ତୁ କିଛି ଦିନ ହେବ ଯେଉଁ ତାତିରୁ ତ୍ରାହି ମିଳିଥିଲା ପୁଣି ସେହି ତାଟିର କରାଳରୁପ ରାଜ୍ୟବାସୀ ଅନୁଭବ କରିବେ। ଟ୍ୱିନ ସିଟିରେ ଅଧିକ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରାଯାଇଛି।