ଭୁବନେଶ୍ୱର: କୌଣସି ବିଦ୍ୟାଳୟ ଜନଗଣନାରେ ନିୟୋଜିତ ଶିକ୍ଷକଙ୍କୁ ଅଟକାଇ ପାରିବେ ନାହିଁ । ଏ ନେଇ ସମସ୍ତ ବିଦ୍ୟାଳୟକୁ ଚିଠି ଲେଖି ତାଗିଦ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ରାଜ୍ୟରେ କିଛି ବିଦ୍ୟାଳୟ କର୍ତ୍ତୃପକ୍ଷ ଜନଗଣନାରେ ନିୟୋଜିତ ଶିକ୍ଷକଙ୍କୁ ଜନଗଣନା ଡ୍ୟୁଟି ପାଇଁ ଛାଡ଼ୁ ନ ଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ ନେଇ ତାଗିଦ କରିଛନ୍ତି । ଜନଗଣନା ଆକ୍ଟ-୧୯୪୮ ଅନୁସାରେ ଜନଗଣନା କାର୍ଯ୍ୟ ବାଧ୍ୟତାମୂଳକ କରାଯାଇଛି । ଜନଗଣନାରେ ନିଯୁକ୍ତ ଶିକ୍ଷକ ଏବଂ କର୍ମଚାରୀଙ୍କୁ ମୁକ୍ତ କରିବା ବାଧ୍ୟତାମୂଳକ ଅଟେ । ବିନା କୌଣସି ଉଚିତ କାରଣରେ ଜନଗଣନା କାମରୁ ଶିକ୍ଷକଙ୍କୁ କେହି ଅଟକାଇ ପାରିବେ ନାହିଁ । ଯଦି ଏହି ନିୟମ ପାଳନରେ କେହି ଅବହେଳା କରନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ଚେତାବନୀ ଦେଇଛି ।
ଅଧିକ ପଢ଼ନ୍ତୁ:- ଭୁବନେଶ୍ୱରର ଆପାର୍ଟମେଣ୍ଟ ଅଗ୍ନିକାଣ୍ଡ: ଜଣେ ନାବାଳିକା, ୨ଜଣ କେୟାରଟେକର ଜୀବନ୍ତ ଦଗ୍ଧ