କେନ୍ଦ୍ରାପଡା: ଲାଞ୍ଚ ନେଇ ବନ୍ଧା ହେଲେ ପୋଲିସ ବାବୁ। କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଜମି ବିବାଦ ମାମଲାରେ ଲାଞ୍ଚ ନେବା ଅଭିଯୋଗରେ ଜଣେ ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ) ପୋଲିସକୁ ଗିରଫ କରାଯାଇଛି। କେବଳ ୨୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ରାଜକଣିକା ଥାନାର ASI ପ୍ରଶାନ୍ତ ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ ଟିମ୍।
ଜମିଜମା ବିବାଦ ମାମଲାରେ କାର୍ଯ୍ୟବାହୀ କରିବା ପାଇଁ ପ୍ରଶାନ୍ତ ପ୍ରଧାନ ଅଭିଯୋଗକାରୀଙ୍କୁ ଟଙ୍କା ଦାବି କରିଥିବା ଅଭିଯୋଗ ଆସିଥିଲା। ଏନେଇ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ତାଙ୍କୁ ଧରିବା ପାଇଁ ଏକ ଜାଲ ବିଛାଇଥିଲେ। ନିର୍ଦ୍ଧାରିତ ସ୍ଥାନରେ ଟଙ୍କା ନେବା ସମୟରେ ସେମାନେ ଆକସ୍ମିକ ଭାବେ ଚଢ଼ାଉ କରି ASIଙ୍କୁ ଧରିଥିଲେ। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ ହୋଇଥିବାବେଳେ, ତାଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଚାଲିଛି, ଏବଂ ସେ ପୂର୍ବରୁ ମଧ୍ୟ ଏପରି କାର୍ଯ୍ୟରେ ଜଡିତ ଥିଲେ କି ନାହିଁ, ସେନେଇ ତଦନ୍ତ ଚାଲିଛି।