ନୂଆଦିଲ୍ଲୀ: ରାୟଗଡ଼ାରେ ହେବ ନୂଆ ରେଳ ଡିଭିଜନ । ଜୁନ ୧ରୁ କାର୍ଯ୍ୟକାରୀ ହେବ ରାୟଗଡା ଡିଭିଜନ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଛଡ଼ା, ଦକ୍ଷିଣ ତଟ ରେଳୱେ ମଧ୍ୟ ନୂତନ ଭାବେ ଆରମ୍ଭ ହେବ ।
ରାୟଗଡ଼ା ରେଳ ଡିଭିଜନ ପୂର୍ବତଟ ରେଳ ଅଧୀନରେ କାମ କରିବ । ନୂଆ ରାୟଗଡ଼ା ଡିଭିଜନ୍ ଅଧୀନରେ ମୋଟ ୬୯୬ କିମି ରେଳପଥ ରହିବ । ଆସନ୍ତା ଜୁନ୍ ୧ ତାରିଖରୁ ଏହା କାର୍ଯ୍ୟକ୍ଷମ ହେବେ ।
ସେହିପରି ୱାଲଟିଅର୍ ଡିଭିଜନକୁ ଦୁଇ ଭାଗ କରାଯାଇଛି । ଗୋଟିଏ ଭାଗ ରାୟଗଡ଼ା ଡିଭିଜନ ଯହା ପୂର୍ବ ତଟ ରେଳ ଅଧୀନରେ ରହିବ । ଅନ୍ୟ ଭାଗ ଦକ୍ଷିଣ ତଟ ବିଶାଖାପାଟଣା ଅଧୀନରେ ରହିଛି। ନୂଆ କରି ଦକ୍ଷିଣତଟ ରେଷ ଜୋନ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଦକ୍ଷିଣତଟ ରେଳ ଜୋନ ମୁଖ୍ୟ କାର୍ଯ୍ୟାଳୟ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ରହିବ ।