ଗଣତନ୍ତ୍ରରେ ଗୋଟିଏ ଭୋଟର ମୂଲ୍ୟ କେତେ ତାହା ଜଣା ପଡିଛି । ଅନେକ ସମୟରେ ଭାରତୀୟ ନିର୍ବାଚନ ଆୟୋଗ ବା election commission of india ୧୮ ବର୍ଷରୁ ଉର୍ଦ୍ଧ ଭାରତୀୟ ନାଗରିକଙ୍କୁ ଭୋଟ ଦେବା ପାଇଁ ପ୍ରୋତ୍ସାହିତ କରିଥାନ୍ତି । ଗଣତନ୍ତ୍ରରେ ଗୋଟିଏ ଭୋଟର ମୂଲ୍ୟ ବେଶ ମୂଲ୍ୟବାନ ବୋଲି ସମସ୍ତେ କୁହନ୍ତି, ଆଉ ଏହାର ଜ୍ୱଳନ୍ତ ଉଦାହରଣ ଚଳିତ ନିର୍ବଚନରେ ଆମେ ଦେଖିବାକୁ ପାଇଛେ । ତାମିଲନାଡୁର ତିରୁପଟ୍ଟୁର ନିର୍ବାଚନ ମଣ୍ଡଳୀରେ ମାତ୍ର ଗୋଟିଏ ଭୋଟରେ ଜଣେ ବ୍ୟକ୍ତି ରାଜନେତାରୁ ବିଧାୟକ ହୋଇଛନ୍ତି । ଟିଭିକେ ଦଳର SEENIVASA SETHUPATHY. R ଗୋଟିଏ ଭୋଟରେ ବିଜୟୀ ହୋଇଛନ୍ତି । ତାଙ୍କୁ ୮୩ ହଜ଼ାର ୩୭୫ ଖଣ୍ଡ ଭୋଟ ମିଳିଥିବାବେଳେ ଡିଏମକେ ଦଳର PERIAKARUPPAN. KR ଙ୍କୁ ମିଳିଛି ୮୩ ହଜ଼ାର ୩୭୪ ଖଣ୍ଡ ଭୋଟ । ମାତ୍ର ଗୋଟିଏ ଭୋଟରେ ଜଣେ ବିଧାୟକ ହୋଇଛନ୍ତି ।
ଚଳିତ ତାମିଲନାଡୁ ନିର୍ବାଚନରେ ଥାଲାପତି ବିଜୟଙ୍କ ଟିଭିକେ ଦଳକୁ ମିଳିଛି ୧୦୮ ଖଣ୍ଡ ବିଧାନସଭା ସିଟ୍ । ଅଭିନେତାରୁ ରାଜନେତା ପାଲଟିଥିବା ଏହି ସୁପରଷ୍ଟାର ଚଳିତ ନିର୍ବାଚନରେ ଏକ ବ୍ଲକବଷ୍ଟର ବିଜୟ ହାସଲ କରିଛନ୍ତି । ଟିଭିକେର ମୁଖିଆ ଥାଲାପତି ବିଜୟ ଦୁଇଟି ବିଧାନସଭା ଆସନରୁ ଲଢୁଥିବାବେଳେ ଦୁଇଟିଯାକ ଆସନରୁ ବଡ ମାର୍ଜିନରେ ବିଜୟ ହାସଲ କରିଛନ୍ତି । କିନ୍ତୁ ତାଙ୍କରି ଦଳରୁ ଲଢ଼ୁଥିବା SEENIVASA SETHUPATHY. R ତିରୁପଟ୍ଟୁର ନିର୍ବାଚନ ମଣ୍ଡଳୀରୁ ମାତ୍ର ଗୋଟିଏ ଭୋଟରେ ଜିତିଛନ୍ତି । ତେବେ ଗୋଟିଏ ଭୋଟରେ ହାରିଥିବା ଡିଏମକେ ଦଳର PERIAKARUPPAN. KR ହେଉଛନ୍ତି ତାମିଲନାଡୁ ର ପୂର୍ବତନ ମନ୍ତ୍ରୀ । ପୂର୍ବ ନିର୍ବାଚନରେ ସେ ୩୭ ହଜାରରୁ ଉର୍ଦ୍ଧ ବ୍ୟବଧାନରେ ବିଜୟୀ ହୋଇଥିଲେ । ଚଳିତ ବର୍ଷ ନିର୍ବାଚନରେ କଡା ଟକ୍କର ଦେବା ସତ୍ୱେ ମଧ୍ୟ ମାତ୍ର ଗୋଟିଏ ଭୋଟରେ ପରାଜିତ ହୋଇଛନ୍ତି । ତେଣୁ ଗଣତନ୍ତ୍ରରେ ପ୍ରତ୍ୟେକ ଟି ଭୋଟ ବେଶ ମୂଲ୍ୟବାନ ଥିବାବେଳେ ଏହାର ପ୍ରମାଣ ଆମେ ଚଳିତ ତାମିଲନାଡୁ ନିର୍ବାଚନରେ ଦେଖିବାକୁ ପାଇଛେ ।