ନୂଆଦିଲ୍ଲୀ: ବିହାରର ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣର ତାରିଖ ଆସି ସାରିଛି । ମେ ୭ ତାରିଖରେ ପୁଣି ଥରେ ଗାନ୍ଧୀ ମଇଦାନରେ ଭବ୍ୟ ଶପଥ ସମାରୋହର ଆୟୋଜନ ହେବ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅମିତ ଶାହଙ୍କ ସମେତ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସମ୍ରାଟ ଚୌଧୁରୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ । ଦୀର୍ଘ ୨୨ ଦିନ ପରେ ସମ୍ରାଟଙ୍କ ଟିମକୁ ପୂର୍ଣ୍ଣ ରୂପ ଧାରଣ କରିବ । ଏହି ଟିମରେ ସମ୍ଭବତଃ ୨୭ ଜଣଙ୍କୁ ସ୍ଥାନ ମିଳିପାରେ । ଏନଡିଏ ସମସ୍ତ ଦଳକୁ ଏଥିରେ ସାମିଲ କରାଯିବାର ସମ୍ଭାବନା ରହିଛି । ବିଜେପିରୁ ୧୨ ଏବଂ ଜନତା ଦଳ ୟୁନାଇଟେଡରୁ ୧୧ ଜଣଙ୍କ ସ୍ଥାନ ମିଳିବ । ସେହିପରି ଚିରାଗ ପାସୱାନଙ୍କ ଦଳ ଏଲଜେପିଆରରୁ ୨ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ଚର୍ଚ୍ଚା ହେଉଛି । ସେହିପରି ଜୀତନ ରାମ ମାଝୀଙ୍କ ଏଚଏଏମ୍ ଏବଂ ଉପେନ୍ଦ୍ର କୁଶୱାହାଙ୍କ ଆରଏଲଏମ ଦଳରୁ ଜଣେ ଲେଖାଏ ପ୍ରତିନିଧି କ୍ୟାବିନେଟ ରହିବେ ।
ସେପଟେ ଗାନ୍ଧୀ ମଇଦାନରେ ଭବ୍ୟ ଶପଥ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟର ବିଜେପି ନେତୃବୃନ୍ଦମାନେ ଯୋଗ ଦେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି । ଏହା ପ୍ରଥମ ଥର ହେବେ ଯେତେବେଳେ ଗାନ୍ଧୀ ମଇଦାନରେ କେବଳ ମୁଖ୍ୟମନ୍ତ୍ରୀ ନୁହେଁ କେବଳ ମନ୍ତ୍ରୀମାନେ ହିଁ ଶପଥ ନେବେ ।