ଜଗତସିଂହପୁର: ବିଦ୍ୟା ମନ୍ଦିର କଳୁଷିତ ମାନସିକତାର ମଣିଷ । ଛାତ୍ରଛାତ୍ରୀଙ୍କୁ ଭଲ ମାର୍ଗ ଦର୍ଶନ କରିବା ବଦଳରେ ଗୁରୁ କରୁଛନ୍ତି ଲଜ୍ଜାଜନକ କାମ । ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବନ୍ଧା ହୋଇଛନ୍ତି ଗଣିତ ଶିକ୍ଷକ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ସମୀର କୁମାର ନାୟକ ଗିରଫ କରିଛନ୍ତି । ତାଙ୍କ ଘର ବାଖରାବାଦ ଗ୍ରାମରେ ।
ବାଲିକୁଦା ଅଞ୍ଚଳର ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଜନୈକା ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣିତ ଶିକ୍ଷକ ସମୀର କୁମାର ନାୟକ ପ୍ରେମ ନିବେଦନ କରିବା ସହିତ ଅସଦାରଣ କରୁଥିଲେ । ଏ ନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ତୁରନ୍ତ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଛାତ୍ରୀଙ୍କୁ ଏବଂ ଶିକ୍ଷକଙ୍କୁ ପଚରାଉଚରା କରିବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ ।
ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହିତ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାକୁ ଆଣି ଜେରା କରିଛି । ଏହା ପରେ ଅଭିଯୁକ୍ତ ଶିକ୍ଷକ ସମୀର ନାୟକଙ୍କୁ କୋର୍ଟ ଚାଲାଣ କରିଥିବା କହିଛନ୍ତି ଜଗତସିଂହପୁର ଡ଼ିଏସପି ରଶ୍ମି ରଞ୍ଜନ ଦାଶ ।