ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ର ୧୯ତମ ସଂସ୍କରଣର ପ୍ଲେ ଅଫର କାର୍ଯ୍ୟସୂଚୀ ଘୋଷଣା କରିଛି ବିସିସିଆଇ । ବେଙ୍ଗାଲୁରୁ ହାତରୁ ଫାଇନାଲ୍ ମ୍ୟାଚ୍ ଆୟୋଜନର ଅଧିକାର ଛଡାଇ ନିଆଯାଇଛି । ପାରମ୍ପରିକ ଭାବେ ଆଇପିଏଲ ଫାଇନାଲର ଆୟୋଜନ ଅଧିକାର ଡିଫେଣ୍ଡିଂ ଚାମ୍ପିଅନ ଟିମ୍ ପାଖରେ ରହିଥାଏ । ମାତ୍ର ରାଜନୈତିକ କାରଣ ଯୋଗୁଁ ବେଙ୍ଗାଲୁରୁ ଫାଇନାଲ୍ ଆୟୋଜନର ଅଧିକାର ହରାଇଛି । ଏବେ ଆଇପିଏଲ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।
ବିସିିସିଆଇ ବୁଧବାର ମେ ୬ରେ ଏହାର ଆନୁଷ୍ଠାନିକ ସୂଚନା ଦେଇଛି । ଧର୍ମଶାଳାରେ ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ଖେଳାଯିବ । ଏଲିମିନେଟର ଓ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ନ୍ୟୁଚଣ୍ଡିଗଡରେ ଆୟୋଜିତ ହେବ । ଫାଇନାଲ୍ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ତାରିଖ ମଧ୍ୟ ଜାରି କରିଛି ବିସିସିଆଇ ।
ପ୍ଲେ ଅଫ ସିଡ୍ୟୁଲ ମୁତାବକ ମଙ୍ଗଳବାର ମେ ୨୬ରେ ଧର୍ମଶାଳାରେ ପ୍ରଥମ କ୍ୱାଲିଫାୟର ଖେଳାଯିବ । ଏହି ମୁକାବିଲା ଜିତିବା ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ହାରିବା ଦଳ କ୍ୱାଲିଫାୟର ୨ ଖେଳିବ । ବୁଧବାର ମେ ୨୭ରେ ନ୍ୟୁଚଣ୍ଡିଗଡରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଜିତିବା ଦଳ କ୍ୱାଲିଫୟାର ୨ରେ କ୍ୱାଲିଫାୟର ୧ରେ ପରାଜିତ ଦଳ ଖେଳିବ । ମେ ୩୧ରେ ଅହମ୍ମଦାବାଦରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।
ଆଇପିଏଲ୍ ୨୦୨୬ର ପ୍ଲେ ଅଫର ସିଡ୍ୟୁଲ
କ୍ୱାଲିଫାୟର ୧- ମଙ୍ଗଳବାର, ମେ ୨୬, ଧର୍ମଶାଳା
ଏଲିମିନେଟର- ମେ ୨୭, ବୁଧବାର, ନ୍ୟୁ ଚଣ୍ଡିଗଡ
କ୍ୱାଲିଫାୟର ୨- ମେ ୨୯, ଶୁକ୍ରବାର, ନ୍ୟୁ ଚଣ୍ଡିଗଡ
ଫାନାଲ୍- ମେ ୩୧ ରବିରବାର, ଅହମ୍ମଦାବାଦ