ଝାରସୁଗୁଡ଼ା: ବିଳମ୍ବିତ ରାତିରେ ଫୁଟିଲା ଗୁଳି । ଝାରସୁଗୁଡ଼ା ରେଳବାଇ କଲୋନୀରେ ରାତି ଅଧରେ ଗୁଳିକାଣ୍ଡ ହୋଇଛି । ରେଳବାଇ କର୍ମଚାରୀ ଦଶରଥ ସୁନାଙ୍କ ଘରକୁ ୬ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଘର କବାଟକୁ ହୋଇଥିବା ଗୁଳିକାଣ୍ଡ ଯୋଗୁଁ ଗୁଳି ଫୁଟି ଘର ଭିତରେ ଥିବା କୁଲର କ୍ଷତିଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ହୋଇନାହିଁ । ଗଣେଶ ପୂଜା ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ମାଡ଼ପିଟ ଓ ଗଣ୍ଡଗୋଳର ପ୍ରତିଶୋଧ ନେବାକୁ ଗୋଟିଏ ଗୋଷ୍ଠୀର କିଛି ଯୁବକ ବିଳମ୍ବିତ ରାତିରେ ଆସି ଘର ବାହାରୁ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ ।
ଖବରପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋକା ଜବତ କରି ତଦନ୍ତ ଜାରି ରଖିଛି । ଆଜି ସକାଳୁ ଝାରସୁଗୁଡା ଏସପି ଓ ଟାଉନ ଥାନା ପୋଲିସ ମଧ୍ୟ ଆସି ତଦନ୍ତରେ ସହାୟତା କରି ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ।