କଟକ: ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ପୀଠ ବେଢାରେ ପଶିଲା ବନ୍ୟା ପାଣି । ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଯାହା ଫଳରେ ମହାନଦୀର ତଳ ମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାଦ୍ୱାରା କଟକ ଜିଲ୍ଲା ବଡମ୍ବାର ପ୍ରସିଦ୍ଧ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ଚଳିତବର୍ଷର ତୃତୀୟ ବନ୍ୟାଜଳ ପ୍ରବେଶ କରିଥିବା ଜଣାପଡିଛି ।
ତେବେ ମନ୍ଦିର ବେଢାରେ ପାଣି ଲାଗିରହିଥିବାରୁ ମନ୍ଦିର ପୂଜକ ସମାଜ ଓ ଦେବୋତ୍ତର ବିଭାଗ ପକ୍ଷରୁ ମାଆଙ୍କ ଚଳନ୍ତି ପ୍ରତିମାକୁ ଆଶ୍ରୟ ସ୍ଥଳକୁ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାସହ ମନ୍ଦିର ପରିସରରେ ନଦୀକୁ ନଯିବାକୁ ପାଇଁ ସୂଚନା ଫଳକ ଲଗାଯାଇଛି । ମନ୍ଦିର ସେବାୟତ ପକ୍ଷରୁ ସଜାଗ ଅଛନ୍ତି । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଥିବା ବେଳେ ଏବେ ମହାନଦୀକୁ ଯିବା ପାଇଁ ବାରଣ କରାଯାଇଛି ।