ତରଭା: କୂଅରେ ବୁଡି ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବତୀ ଲକ୍ଷ୍ମୀମୁଣ୍ଡା ଗାଁର ପ୍ରେମକାନ୍ତି କୁଦେଇ । ଏପରି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଘଟିଛି ।
ସୂଚନା ଅନୁସାରେ, ପ୍ରେମକାନ୍ତି ଜଣେ ଦିବ୍ୟାଙ୍ଗ ହୋଇଥିବାବେଳେ ପ୍ରତିଦିନ ଭଳି ଗତକାଲି ଗ୍ରାମରେ ଥିବା କୂଅକୁ ଗାଧୋଇବାକୁ ଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । କୂଅ ପାଖରେ ତାଙ୍କ ଲୁଗାପଟା ଥିବାର ଦେଖି କୂଅରେ ପଡିଥିବା ସନ୍ଦେହ କରିଥିଲେ । ଏନେଇ ତରଭା ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ଖୋଜାଖୋଜି କରି ତାଙ୍କୁ କୂଅ ଭିତରୁ ଉଦ୍ଧାର କରାଯାଇଥିଲା । ପରେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।