ଭୁବନେଶ୍ୱର ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହିରେ ଏକ ବଡ ଅଘଟଣ ଦେଖିବାକୁ ମିଳିଛି । ନିଶାସକ୍ତ ଅବସ୍ଥାରେ ଭାଇର ଗଳା କାଟିଛି ଭାଇ । ସୂଚନା ଅନୁସାରେ କଟକ ଶିଖରପୁର ଅଂଚଳର ସୋମବ୍ରତ ବେହେରା ଓ ତାଙ୍କ ବଡବାପା ପୁଅ ଭାଇ ସୂର୍ଯ୍ୟବ୍ରତ ବେହେରାଙ୍କ ମଧ୍ୟରେ କୈାଣସି କଥାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏବଂ ଧିରେ ଧିରେ ପାଟିତୁଣ୍ଡ ଅଧିକ ହେଲା । ଉଭୟ ମଦ୍ୟପାନ କରିଥିବାରୁ ଏଥିରୋ ଉତକ୍ଷିପ୍ତ ହୋଇ ହଠାତ ସୂର୍ଯ୍ୟବ୍ରତ ଏକ ଧାରୁଆ ଅସ୍ତ୍ରରେ ସୋମବ୍ରତଙ୍କ ଗଳାକୁ ଆକ୍ରମଣ କରିଥିଲେ ଓ ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ତେବେ ଏନେଇ ସୋମବ୍ରତଙ୍କ ସାଙ୍ଗମାନେ ଖବର ପାଇବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରିଥିଲେ । ଏବଂ ଘଟଣାକୁ ନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।