ଭୁବନେଶ୍ୱର: ଆସନ୍ତାକାଲିଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆବୁଧାବିକୁ ସିଧାସଳକ ବିମାନ ସେବା ଆରମ୍ଭ ହେବ । ସପ୍ତାହର ତିନି ଦିନ ଅର୍ଥାତ ବୁଧବାର, ଶୁକ୍ରବାର ଏବଂ ରବିବାର ବିମାନ ସେବା ଉପଲବ୍ଧ ହେବ । ଯାତ୍ରୀମାନେ ମାତ୍ର ସାଢ଼େ ଚାରି ଘଣ୍ଟାରେ ଆବୁଧାବିରେ ପହଁଚିପାରିବେ । ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ବିମାନ ସେବା ଆରମ୍ଭ ହେବ ।
ଭୁବନେଶ୍ୱରରୁ ଗୁରୁବାର ପୂର୍ବାହ୍ନ ୯ଟା ୩୫ରୁ ଉଡ଼ାଣ ଆରମ୍ଭ କରିବ । ସ୍ଥାନୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨ଟା ୩୫ରେ ୟୁଏଇର ରାଜଧାନୀରେ ଅବତରଣ କରିବ । ସେହିପରି ଆବୁଧାବିରୁ ସ୍ଥାନୀୟ ସମୟ ଅନୁସାରେ ରାତି ୨ଟା ୩୫ରେ ବିମାନ ଯାତ୍ରା ଆରମ୍ଭ କରିବ ଏବଂ ପୂର୍ବାହ୍ନ ୮ଟା ୩୫ରେ ଭୁବନେଶ୍ୱରରେ ଅବତରଣ କରିବ । ଏଥିପାଇଁ ବିମାନ ଭଡ଼ା ଶୁଳ୍କ ୧୨,୬୮୫ ଟଙ୍କାରୁ ଆରମ୍ଭ ଏବଂ ସେହିପରି ଫେରିବା ଭଡ଼ା ୧୬,୧୩୨ ଟଙ୍କା ରହିଛି ।