ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ୧୩ ବର୍ଷୀୟ ଝିଅ ଧ୍ରୁତି ମୋକ୍ଷା ପାଣିଗ୍ରାହୀ ଜାତିସଂଘ ଯୁବଗୋଷ୍ଠୀର ପରମାଣୁ ନିରସ୍ତ୍ରୀକରଣର ସଦସ୍ୟା ଭାବେ ନିଯୁକ୍ତି ପାଇଛନ୍ତି । ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଝିଅ ହେଉଛନ୍ତି ଧ୍ରୁତି ।
୨୦୧୮ରେ ଗଜପତି ଜିଲ୍ଲାରେ ଆୟୋଜିତ ବିଶ୍ୱର ସର୍ବବୃହତ ଗ୍ରାମୀଣ ପରିବେଶ ସୁରକ୍ଷା ଆନ୍ଦୋଳନରେ ଧ୍ରୁତି ଅଂଶଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ । ଜଳବାୟୁ ସଂକ୍ରାନ୍ତୀୟ ଲଢ଼େଇ ଓ ଯୁବ ସଶକ୍ତୀକରଣ ପାଇଁ ସେ ବେଶ୍ ଜଣାଶୁଣା । ତାଙ୍କର ଓଡ଼ିଶାର ପରିବେଶ ଆନ୍ଦୋଳନ ସହିତ ଗଭୀର ଭାବରେ ସେ ଜଡିତ ଥିଲେ । ବିଶେଷକରି ପୃଥିବୀ ପୁନର୍ଗଠନ ଆନ୍ଦୋଳନର ସଦସ୍ୟ ଏବଂ ତାଙ୍କର ମାର୍ଗଦର୍ଶକ ଏବଂ ପ୍ରସିଦ୍ଧ ପରିବେଶବିତ୍ ଲିସିପ୍ରିୟା କାଙ୍ଗୁଜାମଙ୍କ ସହ-ନେତୃତ୍ୱରେ ଶିଶୁ ଆନ୍ଦୋଳନରେ ଏକ ପ୍ରମୁଖ ସ୍ୱର ହୋଇଥିଲେ ଧ୍ରୁତି ।
ଧ୍ରୁତି ମୋକ୍ଷା ଭୁବନେଶ୍ଵର ସାଇ ଇଣ୍ଟର୍ନ୍ୟାସ୍ନାଲ୍ ସ୍କୁଲ୍ରେ ପାଠ ପଢ଼ୁଛନ୍ତି । ସେ ବିଭିନ୍ନ ଜାତୀୟ ପ୍ରତିଯୋଗିତା, ବକୃତା ପ୍ରତିଯୋଗିତା, ସମ୍ମିଳନୀ ଓ ଜଳବାୟୁ କାର୍ଯ୍ୟକ୍ରମରେ ସେ ଅଂଶ ଗ୍ରହଣ କରି ଅନେକ ସୁନାମ ଅର୍ଜନ କରିଛନ୍ତି । ଏଥିସହ ସେ ଓଡ଼ିଶାରେ ଚାଲିଥିବା ପୁନଶ୍ଚ ପୃଥିବୀ ଅଭିଯାନର ଜଣେ ସକ୍ରିୟ ସଦସ୍ୟା ଅଟନ୍ତି ।
ଜାତିସଂଘ ଯୁବ ଗୋଷ୍ଠୀରେ ତାଙ୍କର ଚୟନ କେବଳ ତାଙ୍କ ସକ୍ରିୟତା ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି, ନିରସ୍ତ୍ରୀକରଣ ଏବଂ ପରିବେଶଗତ ସ୍ଥିରତା ପାଇଁ ପ୍ରୟାସ କରୁଥିବା ଭାରତର ଯୁବ ପରିବର୍ତ୍ତନକାରୀଙ୍କ ପାଇଁ ଏକ ଉଦାହରଣ ।