ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁରେ ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସ ସିନ୍ ରିକ୍ରିଏସନ୍ କରିଛି । ମଙ୍ଗଳବାର ଦେଓଗାଁ ରେଳ ଷ୍ଟେସନ ଠାରୁ କିଛି ମିଟର ଦୂରରେ ଥିବା ରେଳଧାରଣା ଉପରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକ ଜଣକ ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ସାହାଜବାହାଲ ଗ୍ରାମର ବୁଲୁ ବାଗ ବୋଲି ଜଣାପଡିଥିଲା । ଏନେଇ ପରିବାର ଲୋକଙ୍କ ତରଫରୁ ହତ୍ୟା ଅଭିଯୋଗ କରାଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ବଲାଙ୍ଗୀର ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଧରି ଥାନାକୁ ନେଇଥିଲା ପୋଲିସ । ପଚରାଉଚୁରା ପରେ ୨ ଜଣ ଅଭିଯୁକ୍ତ ବୋଲି ଜଣାପଡିଥିଲା। ବୁଧବାର ସେମାନଙ୍କୁ ଘଟଣା ସ୍ଥଳକୁ ନେଇ ସିନରିକ୍ରିଏସନ୍ କରାଇଛି ପୋଲିସ । ନିଶାଶକ୍ତ ଅବସ୍ଥାରେ ସାମାନ୍ୟ ବଚସାରୁ କେନ୍ଦ୍ର କରି ହୋଇଥିଲା ଏହି ହତ୍ୟାକାଣ୍ଡ ।
ଅଧିକ ପଢନ୍ତୁ: ରେଳ ଟ୍ରାକ୍ ଉପରୁ ମୃତ ଦେହ ମିଳିବା ଘଟଣା: ମିଳିଲା ଯୁବକଙ୍କ ପରିଚୟ