ରାଉରକେଲା: ଘରୋଇ କଳହର କରୁଣ ପରିଣତି । ଠେଙ୍ଗାରେ ପିଟି ପିଟି ନୃଶଂସ ସ୍ୱାମୀ ନେଲା ସ୍ତ୍ରୀର ଜୀବନ । ଏପରି ଏକ ବିଭତ୍ସ ହତ୍ୟାକାଣ୍ଡ ସୁନ୍ଦରଗଡ ଜିଲ୍ଲା ହାଟିଙ୍ଗଟୋଲାରେ ଘଟିଛି । ମୃତକ ଜଣକ ସବିତା ମୁଣ୍ଡା ।
ସୂଚନା ଅନୁସାରେ, କୌଣସି କଥାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିଲା । ଯାହା ଧୀରେ ଧୀରେ ଉଗ୍ରରୂପ ନେଇଥିଲା । ସ୍ୱାମୀ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀ ସବିତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହିତ ଅଭିଯୁକ୍ତ ସ୍ଵାମୀକୁ ଘଟଣା ସମ୍ପର୍କରେ ପଚରାଉଚରା କରୁଛି ।