ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ପୁଣି ଧରାପଡ଼ିଲେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶିଲ୍ କୁମାର ପଣ୍ଡାଙ୍କ ଘରେ ଚଢାଉ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଗଞ୍ଜାମର ୭ଟି ସ୍ଥାନ ସମେତ ପୁରୀରେ ଭିଜିଲାନ୍ସ ଚଢାଉ କରିଛି । ଅଙ୍କୁଲିସ୍ଥିତ ବାସଭବନ ଓ ଗଞ୍ଜାମ ବ୍ଲକ୍ ଅଫିସରେ ଚଢାଉ କରାଯାଉଛି ।
ଏହି ଚଢ଼ାଉରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ ସହକାରୀ କର୍ମଚାରୀ ସାମିଲ ହୋଇଛନ୍ତି । ଖବର ଲେଖା ହେଲାବେଳକୁ କେତେ ସମ୍ପତ୍ତି ଜବତ ହୋଇଛି ତାହାର ସୂଚନା ମିଳିନାହିଁ ।