ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଯାତ୍ରା । ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । କିନ୍ତୁ ଗତକାଲି ତିନୋଟି ରଥ ବଡଦାଣ୍ତରେ ପହଁଚି ପାରିନାହିଁ । ତେଣୁ ଆଜି ସକାଳ ୯ଟା ୩୦ରେ ରଥ ଟଣା ହେବ । ଏ ନେଇ ଆଇନ ମନ୍ରୀ ି ପୃଥ୍ୱୀରାଜ ହରିଚନ୍ଦନ ଶୁକ୍ରବାର ସୂଚନା ଦେଇଛନ୍ତି । ଅବକାଶ ନୀତି ପରେ ରଥଟଣା ହେବ । ମହାପ୍ରଭୁ ବଳଭଦ୍ରଙ୍କ ରଥ ମୋଡ଼ ବଦଳିବା କାରଣରୁ ରଥଟଣା ବିଳମ୍ବ ହୋଇଥିଲା। ପାଗ ଭଲ ହୋଇଥିବାରୁ ଏଥର ଭକ୍ତଙ୍କ ସମାଗମ ଦ୍ୱୁଗୁଣିତ ହୋଇଛି। ଯାହା ଗତ ବର୍ଷ ଅପେକ୍ଷା ବହୁତ ଅଧିକ। ରଥଟଣା ବିଳମ୍ବ ହେବାରୁ ନନ୍ଦିଘୋଷ ରଥକୁ କେବଳ ବିଧି ମୁତାବକ କିଛି ପାଦ ଆଗକୁ ଟଣା ଯାଇଛି। ଆଜି ସକାଳେ ପୁଣି ଥରେ ରଥଟଣା ହେବ। ଏଥର ରଥଯାତ୍ରା ଅଘଟଣଶୂନ୍ୟ ରହିଛି।
ଗତକାଲି ଅପରାହ୍ନ ସାଢ଼େ ୪ରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ ଠାକୁରଙ୍କ ରଥକୁ ଭିଡ଼ି ନେଇଥିଲେ ଭକ୍ତ। ଏହା ପରେ ମା’ ସୁଭଦ୍ରାଙ୍କ ରଥକୁ ଟାଣିଥିଲେ। ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ହୋଇଥିଲା। ପ୍ରଥମ ଦିନ ରଥ ଟଣା ପରେ ବଳଭଦ୍ରଙ୍କ ରଥ ବଳଗଣ୍ଡି ଛକରେ ଅଟକିଛି। ସେହିଭଳି ମରିଚିକୋଟ ଟାଉନ ଥାନା ନିକଟରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଟକି ରହିଛି ଏବଂ ନନ୍ଦିଘୋଷ ରଥକୁ ଅଳ୍ପ ବାଟ ଟଣି ସିଂହଦ୍ବାର ନିକଟରେ ଅଟକିଛି । ଆଜି ସକାଳ ୯ଟା ୩୦ମିନଟ୍ ରୁ ପୁଣି ରଥ ଟଣା ହେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।