ପୁରୀ: ବଡ଼ଦାଣ୍ଡରେ ଘର ଘର ନାଦ କରି ଗଡ଼ିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ଗତକାଲି ମହାପ୍ରଭୁ ବଳଭଦ୍ରଙ୍କ ରଥ ମୋଡ଼ ବଦଳିବା କାରଣରୁ ରଥଟଣା ବିଳମ୍ବ ହୋଇଥିଲା। ପାଗ ଭଲ ଥିବାରୁ ବହୁ ଭକ୍ତଙ୍କ ସମାଗମ ମଧ୍ୟ ହୋଇଥିଲା । ଯାହାଫଳରେ ନନ୍ଦିଘୋଷ ରଥଟଣା ବିଳମ୍ବ ହୋଇଥିଲା । ବିଧି ମୁତାବକ ନନ୍ଦିଘୋଷ ରଥକୁ କିଛି ବାଟ ଟଣାଯାଇ ଅଟକା ଯାଇଥିଲା । ଆଜି ସକାଳୁ ସମସ୍ତ ନୀତି ସରିବା ପରେ ରଥଟଣା ଆରମ୍ଭ ହୋଇଛି । ଭକ୍ତଙ୍କ ଭକ୍ତିରେ ଟାଣି ହୋଇ ଯାଉଛନ୍ତି କୋଟି ଓଡ଼ିଆଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ତିନିରଥ ଶରଧା ବାଲି ଅଭିମୁଖେ ଭକ୍ତଙ୍କର ଘଣ୍ଟ, ହୁଳହୁଳି ଓ ଭକ୍ତିରେ ଟାଣି ହୋଇଯାଉଛନ୍ତି । ଲୋକାରଣ୍ୟ ହୋଇପଡିଛି ବଡ଼ଦାଣ୍ଡ । ରଥରେ ଶ୍ରୀଜୀଉ ମାନଙ୍କୁ ଦେଖି ଧନ୍ୟ ହେଉଛନ୍ତି ଭକ୍ତ ।
ଗତକାଲି ପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ରଥକୁ ଭକ୍ତମାନେ କିଛି ବାଟ ଟାଣିଆଣିଥିଲେ । ଏହା ପରେ ଦେବୀ ସୁଭଦ୍ରାଙ୍କ ରଥକୁ ଟଣା ଯାଇଥିଲା । ପ୍ରବଳ ଭକ୍ତଙ୍କ ସମାଗମ ପାଇଁ କାଳିଆ ସାଆନ୍ତଙ୍କ ରଥ ଟଣା ହୋଇପାରିନଥିଲା । ଆଜି ସକାଳେ ଅବକାଶ ନୀତି ପରେ ରଥ ଟଣା ଆରମ୍ଭ ହୋଇଛି ।
ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ପରିଚାଳନା ପାଇଁ ସମସ୍ତ ସୁବ୍ୟବସ୍ଥା କରାଯାଇଛି ।