ପୁରୀ : ଶେଷ ହେଲା ରଥଟଣା । ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ରଥ । ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଜନ୍ମ ବେଦିକୁ ବିଜେ କରିବେ ଶ୍ରୀବିଗ୍ରହ । ଆସନ୍ତାକାଲିଠାରୁ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କର ସମସ୍ତ ନୀତିକାନ୍ତି ହେବ । ରଥାରୂଢ଼ କାଳିଆ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛନ୍ତି ଭକ୍ତଗଣ। ହରିବୋଲ, ହୁଳହୁଳିରେ କମ୍ପିତ ହେଉଛି ଶରଧାବାଲି।
ଗତକାଲି ବଡ଼ଦାଣ୍ଡରେ ଅଟକି ରହିଥିବା ତିନି ରଥ ଆଜି ପୁଣି ଟଣାଯାଇଥିଲା । ଗୁଣ୍ଡିଚା ମନ୍ଦିର ଆଗରେ ପ୍ରଥମେ ଲାଗିଛି ତାଳଧ୍ୱଜ । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ପରେ ନନ୍ଦିଘୋଷ ରଥ ଲାଗିଛି । ଗତକାଲି ରଥ ପହଞ୍ଚି ପାରିନଥିବାରୁ ସକାଳ ୯ଟା ୩୦ରୁ ପୁଣି ରଥଟଣା ହେବ ବୋଲି କୁହାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଅନୁସାରେ, ଅବକାଶ ନୀତି ପରେ ଦ୍ୱିତୀୟ ଦିନରେ ରଥଟଣା ହୋଇଥିଲା । ସେପଟେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ ବଡ଼ଦାଣ୍ଡରେ ଜନସମୁଦ୍ର ହୋଇଥିଲା । ମହାପ୍ରଭୁଙ୍କୁ ରଥକୁ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ଯାଏ ଆଣିଛନ୍ତି ଶ୍ରଦ୍ଧାଳୁ । ଭକ୍ତ ଓ ଭଗବାନଙ୍କ ହୋଇଛି ଅପୂର୍ବ ମିଳନ ।
ଅନ୍ୟପଟେ ରଥ ଗଡିବା ବିଳମ୍ବକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ମହାପ୍ରଭୁଙ୍କ ରଥଯାତ୍ରା ତାଙ୍କ ଇଚ୍ଛାରେ ହୁଏ। ସେ ଚାହିଁଲେ ପହଣ୍ଡି ହେବ । ସେ ରଥରେ ବିରାଜମାନ କରିବେ । ସେ ଯେବେ ଚାହିଁବେ ସେବେ ରଥ ଟଣା ହେବ ।