ଧରାକୋଟ: ଯାତ୍ରୀବାହୀ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ଏପରି ଏକ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଧରାକୋଟ ଢ଼ଉଗାଁ ନିକଟରେ ଘଟିଛି । ମୃତକ ଜଣକ ମାଲୁଣି ଦାସ ।
ସୂଚନା ଅନୁସାରେ, ଅଟୋଟି ଲକ୍ଷ୍ମୀପୁରରୁ ପ୍ରାୟ ୧୨ ଜଣ ଶ୍ରମିକଙ୍କୁ ନେଇ ବାହାଡ଼ାଗୁଡ଼ା ଯାଉଥିଲା। ଏହି ସମୟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବା ସହିତ ଏକାଧିକ ଯାତ୍ରୀ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।