ପୁରୀ : ଶେଷରେ ଅହେତୁକ ବିଳମ୍ବରେ ଗଡ଼ିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ସଂଧ୍ୟା ୭ଟା ୪୫ ମିନିଟରେ ଗଡ଼ିଲା ନନ୍ଦିଘୋଷ ରଥ। ଅଳ୍ପ ଗଡ଼ିଲା ପରେ ବନ୍ଦ କରାଗଲା ରଥଟଣା। ବଳଗଣ୍ଡି ଛକରେ ତାଳଧ୍ବଜ ରଥ ଅଟକିଥିବା ବେଳେ ଟାଉନ୍ ଥାନା ମରିଚିକୋଟରେ ଦର୍ପଦଳନ ରଥ ଅଟକିଲା।
ଆସନ୍ତାକାଲି ସକାଳ ୯ଟାରେ ପୁଣି ରଥଟଣା ଯିବ ବୋଲି ସୂଚନା ଦେଲେ ଶ୍ରୀ ମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ । ରଥ କର୍ଡନରେ ଅଧିକ ଭକ୍ତ ରହିଯିବା ଯୋଗୁଁ ରଥଟଣାରେ ବିଳମ୍ବ ହୋଇଥିଲା ବୋଲି କୁହାଯାଇଛି ।
ତେବେ ରଥଟଣାରେ ଅହେତୁକ ବିଳମ୍ବର ପ୍ରମୁଖ କାରଣ ହେଲା
ବଳଭଦ୍ରଙ୍କ ତାଳଧ୍ବଜ ରଥ ମୋଡ଼ ଯୋଗୁଁ ବିଳମ୍ବ। କର୍ଡନ୍ ଭିତରେ ଅଧିକ ଲୋକ ପଶିବା ଆଉ ଏକ କାରଣ ବୋଲି କୁହାଯାଇଛି।