ଏବେ ରାଜ୍ୟରେ ଗଡ଼ିବ ଘରୋଇ ବସ । ଆସନ୍ତା ୩୧ ତାରିଖ ଯାଏ ଧର୍ମଘଟକୁ ସ୍ଥଗିତ ରଖିଲା ଘରୋଇ ବସ ମାଲିକ ସଂଘ । ପ୍ରେସ ମିଟ ଜରିଆରେ ସୂଚନା ଦେଲା ଘରୋଇ ବସ ମାଲିକ ସଂଘ । ମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଷ୍ପତି ନେଇଥିବା ସୂଚନା ଦିଆଯାଇଛି । ୨୬ ତାରିଖରେ ଲିଖିତ ପ୍ରତିଶୃତି ମିଳିବା ପରେ ଧର୍ମଘଟ କେଉଁ ମୋଡ ନେବ ତାହା ଆଗାମୀ ଦିନରେ ଜଣା ପଡିବ । ଲିଖିତ ପ୍ରତିଶୃତି ଦେଖିବା ପରେ ସଂଘ ନିଷ୍ପତି ନେବ ବୋଲି ଘୋଷଣା କରୀଛନ୍ତି ସଂଘ ସମ୍ପାଦକ । ସୂଚନାନୁଯାୟୀ ଆସନ୍ତା ୨୬ ତାରିଖରେ ପୁଣି ଠାରେ ଆଲୋଚନା ପାଇଁ ବସିବ ଘରୋଇ ବସ ମାଲିକ ସଂଘ ।
କହିରଖିବୁ ଯେ ଲକ୍ଷ୍ମୀ ଯୋଜନା ନେଇ ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟରେ ବସିଥିଲେ ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀ ବସ ଯୋଜନାରେ ବସ ଚଳାଚଳ ଦର କମଛି ଏବଂ ଲକ୍ଷ୍ମୀ ଓ ଘରୋଇ ବସ ଏକ ସମୟରେ ଚାଲୁଛି ଯାହା ପ୍ରଭାବରେ ଘରୋଇ ବସ ମାଲିକଙ୍କୁ କ୍ଷତି ସହିବାକୁ ପଡୁଛି । ଲକ୍ଷ୍ମୀ ଯାଜନା ନେଇ ରାଜ୍ୟ ସରକାର କରିଥିବା ପ୍ରତିଶୃତି ନରଖିଥିବାରୁ ଧର୍ମଘଟ କରିଥିଲେ ବସ ସଂଘ । ଆଜି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆସନ୍ତା ୩୧ ତାରିଖ ଯାଏ ଧର୍ମଘଟକୁ ସ୍ଥଗିତ ରଖିଲା ଘରୋଇ ବସ ମାଲିକ ସଂଘ ।
ଅଧିକ ପଢନ୍ତୁ : ବସ୍ ଧର୍ମଘଟ :ଯାତ୍ରୀ ହନ୍ତସନ୍ତ