ଆରମ୍ଭ ହୋଇଛି ପାର୍ବଣ ହେଲେ ଏହି ସମୟରେ ଘରୋଇ ବସ୍ ସେବା ବନ୍ଦ ହେବା ପରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ଯାତ୍ରୀ ପରିବହନ ସେବା । ପୂଜା ଛୁଟିରେ ହଜାର ହଜାର ଲୋକ ଘରକୁ ଫେରିବାକୁ ଥିବା ବେଳେ ବସ୍ ଧର୍ମଘଟ ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି । ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
ପୂଜା ଛୁଟିରେ କିଏ କେତେ କଣ ଯୋଜନା କରିଥିଲେ । ହେଲେ ଠିକଣା ବେଳକୁ ବସ ସଂଘ ବସ ବନ୍ଦ କରି ଦେଲେ । ଲାଗୁଛି ଯେମିତି ଯେମିତି ଏହି ସମୟକୁ ବୋଧେ ଅପେକ୍ଷା କରି ରହିଥିଲା ବସ ମାଲିକ ସଂଘ । ରାଜ୍ୟ ସରକାର ବି ହୋଇଛନ୍ତି ଯେମିତି ବେଫିକର । ସଂଘ ସହ ଆଲୋଚନା କରୁଛନ୍ତି, ମୁହଁରେ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଲିଖିତ ଭାବରେ ଦେବାକୁ ରାଜି ହେଉ ନାହାନ୍ତି । ଯାହାର ପ୍ରଭାବ ପଡିଛି ସାଧାରଣ ଜନତାଙ୍କ ଉପରେ । ବସ ବନ୍ଦଯୋଗୁ ହଇରାଣ ହେଉଛନ୍ତି ଯାତ୍ରୀ ।
ଅନ୍ୟପଟେ ବସ୍ ଧର୍ମଘଟକୁ ନେଇ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇ କହିଛନ୍ତି ଯେ ଯାତ୍ରୀଙ୍କ ହଇରାଣ ପାଇଁ ଦୁଃଖ ପ୍ରକାଶ କରୁଛୁ । ସରକାର ଲିଖିତ ପ୍ରତିଶ୍ରୁତି ଦେଲେ ଆନ୍ଦୋଳନକୁ ହଟିବେ ବୋଲି ସେ କହିଛନ୍ତି । ପୂର୍ବରୁ ଆଲୋଚନା ସତ୍ତେ୍ୱ ସରକାର କଥା ରଖିଲେନି । ଆଲୋଚନା ହେଲେ ୧ମିନିଟରେ ସମାଧାନ ହୋଇଯିବ । ମୌଖିକ ନୁହେଁ ଲିଖିତ ଭାବେ ପ୍ରତିଶ୍ରୁତି ଦିଆଯାଉ ।
ଅଧିକ ପଢନ୍ତୁ ;- ରାଜ୍ୟରେ ଘରୋଇ ବସ ଚଳାଚଳ ବନ୍ଦ ରହିଥିବା ବେଳେ, ବାଲେଶ୍ୱରରେ ଗଡୁଛି ବସ