ଉମରକୋଟ: ପୋଖରୀରୁ ନବଜାତକର ଭାସମାନ ମୃତଦେହ ଉଦ୍ଧାର । ଏପରି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସାନଭରଣ୍ଡୀ ଅଞ୍ଚଳରେ ଘଟିଯାଇଛି । ଏହି ଅଞ୍ଚଳ ନିକଟରେ ଥିବା ପୋଖରୀରୁ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିଛି । ଶିଶୁଟି ମାତ୍ର ଦୁଇ ତିନି ଦିନର ନବଜାତକ ହୋଇଥିବା ଅନୁମାନ କରାଯାଉଛି।
ସୂଚନା ଅନୁଯାୟୀ ସ୍ଥାନୀୟ ଗ୍ରାମବାସୀ ପୋଖରୀ କୁ ଯିବା ସମୟରେ ଶିଶୁଟିର ମୃତଦେହ ଭାସୁଥିବା ଦେଖି ଥିଲେ । ଏନେଇ ଉମରକୋଟ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ତେବେ କିଏ ଓ କାହିଁକି ନବଜାତ ର ଶରୀର ଏହିଠାରେ ଫୋପାଡିଛି ଏନେଇ ଆଲୋଚନା ଜୋର ଧରିଛି, ପୋଲିସ ଘଟଣା ସ୍ଥଳରେ ପହଁଛି ନବଜାତକ ର ଶବ ଜବତ କରି ବ୍ୟବଛେଦ ପାଇଁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ସ୍ଥାନୀୟ ଲୋକଙ୍କୁ ଅଧିକା ତଦନ୍ତ ନିମନ୍ତେ ପଚରାଉଚୁରା କରାଯାଉଛି । ମୃତ ଶିଶୁକୁ କେହି ପାଣିରେ ଫୋପାଡ଼ି ଦେଇଛି କିମ୍ବା ନବଜାତ ଶିଶୁ ଜନ୍ମ ହେବା ପରେ ଏହି ଠାରେ ଆଣି ପାଣିରେ ବୁଡାଇ କେହି ହତ୍ୟା କରିଛି ତାହାର ତଦନ୍ତ ପାଇଁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି।