ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଜଗମରା ସ୍ଥିତ ଏକ ଓୟିଓ ହୋଟେଲ ଛାତ ତଳକୁ ଯୁବତୀ ଡେଇଁ ପଡ଼ି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଯୁବତୀ ଜଣକ ହେଲେ ନୟାଗଡ଼ର ସୋନାଲୀ ମହାପାତ୍ର । ତାଙ୍କ ପୁରୁଷ ବନ୍ଧୁ ବିଭୂତି ପ୍ରତିହାରୀଙ୍କ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ନୟାଗଡ଼ର ସୋନାଲୀ ମହାପାତ୍ର ଭୁବନେଶ୍ୱରର ଏକ ଘରୋଇ ବ୍ୟାଙ୍କରେ କାମ କରନ୍ତି । ଗତକାଲି ସେ ତାଙ୍କର ପୁରୁଷ ବନ୍ଧୁ ବିଭୂତି ପ୍ରତିହାରୀଙ୍କ ସହିତ ଜାଗମରା ସ୍ଥିତ ହୋଟେଲକୁ ଯାଇଥିଲେ । ଦିନ ତମାମ ହୋଟେଲରେ ଥିଲେ । ବିଳମ୍ବିତ ରାତିରେ ଦୁଇ ଜଣ ଛାତ ଉପରକୁ ଯାଇଥିବାବେଳେ ସୋନାଲୀ ହଠାତ ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ ।
ହୋଟେଲ କର୍ମଚାରୀଙ୍କ ଏ ନେଇ ଜାଗମରା ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ମୃତ ଦେହକୁ ଜବତ କରିଛି । ପୋଲିସ ସୋନାଲୀଙ୍କୁ ପରିବାରକୁ ଖବର ଦେଇଛି । ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କ ମୃତ୍ୟୁ ପଛରେ ପୁରୁଷ ବନ୍ଧୁଙ୍କର କୌଣସି ହାତ ରହିଛି ସେ ନେଇ ଏବେ ଅନେକ ଅସୀମାହିତ ପ୍ରଶ୍ନ ରହିଛି । ତେବେ ଉଭୟଙ୍କ ମଧ୍ୟର କୌଣସି କାରଣକୁ ନେଇ ବଚସା ହୋଇଥିବା ପୁରୁଷ ବନ୍ଧୁ କହିଛନ୍ତି । ତେବେ ପୋଲିସ ବିଭୂତିଙ୍କୁ ଅଟକ ରଖି ପଚରା ଉଚରା କରିଛି । ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ।