ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟର ଟାରିଫକୁ ନେଇ ଆଲୋଚନା ଜାରି ରହିଥିବାବେଳେ ରାଷ୍ଟ୍ରପତି ଡୋଲାନ୍ଡ ଟମ୍ପଙ୍କର ବଡ଼ ବୟାନ ସାମ୍ନାକୁ ଆସିଛି । ଭାରତରେ ଆଇଫୋନ୍ ପ୍ରଡକ୍ସନ୍ ବନ୍ଦ କରିବାକୁ ଟ୍ରମ୍ପ ଆପଲ୍ ସିଇଓ ଟିମ କୁକ୍ ଙ୍କୁ ପରାମର୍ଶ ଦେଇଛନ୍ତି ।
ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ କତର ଗସ୍ତରେ ଅଛନ୍ତି । ଏକ ରିପୋର୍ଟ ମୁତାବକ ଟ୍ରମ୍ପ ଏବଂ କୁକଙ୍କ ମଧ୍ୟରେ ଭାରତରେ ଆଇଫୋନ୍ ନିର୍ମାଣକୁ ନେଇ ଆଲୋଚନା ହୋଇଛି । ଟ୍ରମ୍ପ କହିଛନ୍ତି, "ଟିମ୍ କୁକ୍ ଙ୍କ ସହିତ ମୋର ଏକ ଛୋଟ ସମସ୍ୟା ଅଛି । ସେ ଭାରତରେ ଆଇଫୋନ୍ ତିଆରି କରିବାକୁ ଚାହାଁନ୍ତି ଏବଂ ମୁଁ ତାହା ଚାହେଁ ନାହିଁ। ଆପଲ୍ କେବଳ ଆମେରିକାରେ ଏହାର ଫୋନ୍ ତିଆରି କରିବା ଉଚିତ।" ଟ୍ରମ୍ପ କହିଛନ୍ତି ଯେ ଭାରତରେ କିଛି ବିକ୍ରୟ କରିବା ବହୁତ କଷ୍ଟକର ।
ତେବେ କୁକ୍ ଭାରତରେ ଆଇଫୋନ୍ ତିଆରି କରିବାକୁ ଇଚ୍ଛୁକ ଅଛନ୍ତି । ଆପଲ୍ ଏବେ ଚୀନଠାରୁ ଦୂରତା ରଖୁଛି । ଯଦି ଆପଲ୍ ଏହାର ଆସେମ୍ବଲି ୟୁନିଟ୍ ଭାରତକୁ ସ୍ଥାନାନ୍ତର କରେ, ତେବେ ୨୦୨୬ରୁ ପ୍ରତିବର୍ଷ ଏଠାରେ ୬ କୋଟିରୁ ଅଧିକ ଆଇଫୋନ୍ ଉତ୍ପାଦନ ହେବ । ଏହା ବର୍ତ୍ତମାନର କ୍ଷମତାର ଦୁଇଗୁଣରୁ ଅଧିକ ହେବ । ବର୍ତ୍ତମାନ, ଚୀନ୍ ଆଇଫୋନ୍ ଉତ୍ପାଦନରେ ପ୍ରାଧାନ୍ୟ ବିସ୍ତାର କରୁଛି । ଯଦି ଆପଲ୍ ଭାରତରେ ଉତ୍ପାଦନ ବନ୍ଦ କରେ, ତେବେ ଆଇଫୋନ୍ ମହଙ୍ଗା ହୋଇପାରେ।
ଆପଲ୍ ଚୀନ୍ରେ ବଡ଼ ପରିମାଣରେ ଆଇଫୋନ୍ ନିର୍ମାଣ କରୁଥିଲା, କିନ୍ତୁ ଏବେ ଏହା ଚୀନ୍ଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି । କୋଭିଡ୍-୧୯ ସମୟରେ ଆପଲ୍ ସବୁଠାରୁ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହାର ଫୋନ୍ ନିର୍ମାଣ ବନ୍ଦ ହୋଇଯାଇଥିଲା। ଏହା ପରେ ଟ୍ରମ୍ପ୍ ଚୀନ୍ ଉପରେ ଭାରୀ ଶୁଳ୍କ ଲାଗୁ କରିଥିଲେ। ଜବାବରେ ଚୀନ୍ ମଧ୍ୟ ଏହା ଉପରେ ଶୁଳ୍କ ଲାଗୁ କରିଥିଲା। ଆପଲ୍ ଶୁଳ୍କ ଯୁଦ୍ଧରେ ଫସି ଯାଇଥିଲା ଏବଂ ଚୀନ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଏପରି ପରିସ୍ଥିତିରେ, ଏହା ଏବେ ଭାରତରେ ଜମି ଖୋଜୁଛି, କିନ୍ତୁ ଏବେ ଏହା ଉପରେ ମଧ୍ୟ ଏକ ସଙ୍କଟ ଦେଖାଯାଉଛି ।