ନୂଆଦିଲ୍ଲୀ:ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବଡ଼ ବୟାନ । ପାକିସ୍ତାନକୁ ଚେତାବନୀ ଦେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଆତଙ୍କବାଦୀ ଭିତ୍ତିଭୂମି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡିବ। ଏଥିସହ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ନିଷ୍ପତ୍ତି ଉପରେ କହିଛନ୍ତି ଯେ ବର୍ତ୍ତମାନ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିଛି ଏବଂ ଯେପର୍ଯ୍ୟନ୍ତ ପାକିସ୍ତାନ ଦ୍ୱାରା ସୀମାପାର ଆତଙ୍କବାଦକୁ ବନ୍ଦ ନକରାଯାଏ ସେପର୍ଯ୍ୟନ୍ତ ଏହା ସ୍ଥଗିତ ରହିବ। କାଶ୍ମୀର ଉପରେ ଆଲୋଚନା ପାଇଁ ଏକମାତ୍ର ପ୍ରସଙ୍ଗ ହେଉଛି ପାକିସ୍ତାନ ଅଧିକୃତ କାଶ୍ମୀର। ଆଉ ଆମେ ସେହି ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ପାକିସ୍ତାନ ସହିତ ଆମର ସମ୍ପର୍କ ଏବଂ କାରବାର ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ହେବ ବୋଲି ସେ କହିଛନ୍ତି। କାଶ୍ମୀର ଆଲୋଚନା ପାଇଁ ଦ୍ବାର ଖୋଲା ଅଛି ବୋଲି ଜୟଶଙ୍କର କହିଛନ୍ତି ।
ସୂଚନା ଥାକି ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଏବଂ ପିଓକେରେ ବସିଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତ। ଏହି ଆକ୍ରମଣରେ ୯ ଜଣ ଆତଙ୍କବାଦୀଙ୍କ ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଶହେରୁ ଅଧିକ ଆତଙ୍କବାଦୀଙ୍କୁ ନିହତ କରିଥିଲା ଭାରତୀୟ ସେନା ।