ମେକ୍ସିକୋ ସହର: ଆମେରିକାର ମେକ୍ସିକୋର ଓଆକ୍ସାକା ଏବଂ ପୁଏବଲା ରାଜ୍ୟକୁ ସଂଯୋଗ କରୁଥିବା ରାଜପଥରେ ବୁଧବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୧୦ରୁ ଊର୍ଦ୍ଧ୍ବ ଗୁରୁତର ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସୂଚନା ସ୍ଥାନୀୟ ଅଧିକାରୀ ଦେଇଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟରେ, ପୁଏବଲାର ଗୃହମନ୍ତ୍ରୀ ସାମୁଏଲ୍ ଆଗୁଇଲାର୍ କହିଛନ୍ତି ଯେ ଦୁର୍ଘଟଣାରେ ତିନୋଟି ଗାଡ଼ି ସାମିଲ ଅଛି ଏବଂ ଅଜଣା ସଂଖ୍ୟକ ଲୋକ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ କେନ୍ଦ୍ରୀୟ ମେକ୍ସିକୋର ଓଆକ୍ସାକା ଏବଂ ପୁଏବଲା ରାଜ୍ୟକୁ ସଂଯୋଗ କରୁଥିବା ରାଜପଥରେ ବୁଧବାର ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ ଏକ ଦ୍ରୁତଗାମୀ ଟ୍ରକ୍ ଏକ ଯାତ୍ରୀବାହୀ ବସ୍କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ପ୍ରାୟ ୨ ଡଜନ ଲୋକ ଗୁରୁତର ହୋଇଥିଲେ। ଦୁର୍ଘଟଣାର ଶିକାର ହୋଇଥିବା କିଛି ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟମାନଙ୍କର ମୃତ୍ୟୁ ଘଟିଥିଲା।
ଅଧିକ ପଢ଼ନ୍ତୁ: ୫ ଯାତ୍ରୀଙ୍କୁ ଗିଳିଦେଲା ନିଆଁ