କେନ୍ଦୁଝର : ପ୍ରକୃତି ପ୍ରେମୀ ଙ୍କ ପାଇଁ ଖୁସିର ଖବର | କଏଦ ହେଲା ବିଭିନ୍ନ ବନ୍ୟ ଜନ୍ତୁର ଫୋଟୋ ଚିତ୍ର। ଏବେ କେନ୍ଦୁଝର ବନଖଣ୍ଡରେ ବନ୍ୟଜନ୍ତୁଙ୍କର ବଂଶ ବୃଦ୍ଧି ପାଉଛି । ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ ଉତ୍ତୋଳନ ହେଲା କଲରାପତରିଆ ବାଘ , ଚଉସିଂହା , ଭାଲୁ , ବଜ୍ରକାପ୍ତା ଆଦି ଏକାଧିକ ପଶୁଙ୍କ ଫଟୋ । ବନ ବିଭାଗ ପକ୍ଷରୁ ବନ୍ୟ ଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଦୀର୍ଘ ତିନି ବର୍ଷ ଧରି ବନଖଣ୍ଡର ବିଭିନ୍ନ ଆଞ୍ଚଳରେ ଏକାଧିକ ଟ୍ରାପ କ୍ୟାମେରା ଲଗାଯାଇଥିଲା ତେବେ ଏହା ୧୫ ଦିନ ବ୍ୟବଧାନରେ ଯାଞ୍ଚ ହେଉଥିଲା । ବର୍ତ୍ତମାନ ଏହି ବନ୍ୟଜନ୍ତୁ ବଂଶ ବୃଦ୍ଧି ପାଇଥିବା ଜଣା ପଡ଼ିଛି । ଜଙ୍ଘିରା , କାଳିଆହତା ଓ ଅଟେଇ ସଂରକ୍ଷିତ ଜଙ୍ଗଲରେ ବର୍ତ୍ତମାନ ୮ ଟି କଲରାପତରିଆ ବାଘ ସହ , ଭାଲୁ , ଚଉସିଂହା ଓ ବଜ୍ରକାପ୍ତା ଆଦି ବନ୍ୟ ଜନ୍ତୁ ଥିବା ଜଣାପଡିଥିବା ଡିଏଫଓ ସୁଚନା ଦେଇଛନ୍ତି ।ଯାହାକି ନିଶ୍ଚିନ୍ତ ରୂପେ ଏକ ଖୁସିର ଖବର ଅଟେ I