ବାଲେଶ୍ଵର: ବିଳମ୍ବିତ ରାତିରେ ବିନା ଭୟରେ ମନ୍ଦିରରୁ ଚୋରି କଲେ ଚୋର । ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲାରେ ଘଟିଛି । ଭୋଗରାଇ ବ୍ଲକର ୨ଟି ପୃଥକ ଗାଁରେ ୩ଟି ମନ୍ଦିରରୁ ଚୋରି କରିଛନ୍ତି ଚୋର । ମନ୍ଦିରରେ କଳାକନା ବୁଲାଇଦେଇଛନ୍ତି ।
ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଳକ୍ ବେଣୁଦା ଜଗନ୍ନାଥ ମନ୍ଦିରର ତାଲା କାଟି ସୁନା ଅଳଙ୍କାର, ଦାନ ହୁଣ୍ଡି, ମାଇକ୍ ସେଟ୍, ଇନଭେଟର ଚୋରି କରି ନେଇଛନ୍ତି । ଏନେଇ ଆଜି ସକାଳୁ ଗ୍ରାମବଶି ଦେଖି କମର୍ଦ୍ଦା ପୋଲିସକୁ ଖବର ଦେଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା । ସେହିପରି ଝକଝକି ଗାଁର କାଳୀ ଓ ଶୀତଳା ମନ୍ଦିରରୁ ଅଳଙ୍କାର ସହ ଦାନବାକ୍ସରୁ ଚୋର ଚୋରି କରି ଫେରାର ହୋଇଛନ୍ତି । ଠାକୁରଙ୍କର ସବୁ ସୁନା ଅଳଙ୍କାର ସମେତ ଟଙ୍କା ନେଇଯାଇଛନ୍ତି । ଏନେଇ ପୋଲିସ ତଦନ୍ତ ଜାରି କରିଛି ।