ଢେଙ୍କାନାଳ: କେନାଲରେ ବୁଡି ଆରପାରିକୁ ଚାଲିଗଲେ ଦୁଇ ଭାଇ । ଅସାବଧାନତା ଯୋଗୁଁ ଚାଲିଗଲା ପ୍ରାଣ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଅଉଖମା ଗ୍ରାମରେ ।
ସୂଚନାନୁଯାୟୀ ଅପରାହ୍ନରେ ଦୁଇ ଭାଇ କେନାଲ ହୁଡାରେ ବସିଥିଲେ ବୋଲି ଜଣାପଡିଛି । ମାତ୍ର ଅସାବଧାନତା ବସତଃ ସାନ ଭାଇ ୧୫ ବର୍ଷୀୟ ସୋମ ସାହୁଙ୍କ ଗୋଡ ଖସି ଯିବାରୁ ସେ କେନାଲ ଭିତରକୁ ଖସି ପଡିଥିଲେ । ଏହି ସମୟରେ ସାନ ଭାଇକୁ ବଞ୍ଚାଇବାକୁ ଯାଇ ବଡ ଭାଇ ୧୮ବର୍ଷୀୟ ଓମ ସାହୁ କେନାଲ ଭିତରକୁ ଡେଇଁ ପଡିଥିଲେ । ଫଳରେ ଉଭୟ ସାନ ଭାଇ ଓ ବଡ ଭାଇ କେନାଲରୁ ବାହାରିନପାରି ବୁଡି ମୃତ୍ୟୁ ବରଣ କରିଥିଲେ ।
ଖବର ପାଇ ଗ୍ରାମବାସୀ ଦୁଇ ଭାଇଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଅଉଖମା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।