ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟାଉନ୍ ଥାନା ମାଲଗୋଦାମ ପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି । ଘରେ ଶୋଇଥିବା ବେଳେ ସର୍ପାଘାତରେ ଦୁଇ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।
ସୂଚନା ଅନୁସାରେ, ମାଲଗୋଦାମ ପଡ଼ାର ଅବଦୁଲ ରେହେମାନଙ୍କ ଦୁଇ ପୁଅ ଝିଅ ରାତି ଘରେ ଶୋଇଥିଲେ । ଏହି ସମୟରେ କୌଣସି ସାପ ସେମାନଙ୍କୁ କାମୁଡି ଦେଇଥିଲା । ସେମାନେ ଚିତ୍କାର କରିବାରୁ ପରିବାର ଲୋକେ ଆସି ଦେଖିଲାବେଳକୁ ସେମାନଙ୍କୁ ସାପ କାମୁଡି ଦେଇଛି । ପରିବାର ଲୋକେ ଉଭୟଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହା ପରେ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହି ଘଟଣା ପରେ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।