ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣାକୁ ସମସ୍ତେ ତୀବ୍ର ନିନ୍ଦା ମଧ୍ୟ କରିଛନ୍ତି । ଏହି ଘଟଣାରେ ପୋଲିସ ୪ ଜଣ ନାବାଳକ ସମେତ ୧୦ ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କୁ ଘଟଣାର ତନାଘନା ଯାଞ୍ଚ ପାଇଁ ଦୁଇ ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚ CAW ଟିମ୍ ନେବ । ଏହି ଟିମ ରିମାଣ୍ଡରେ ନେବା ପରେ ଘଟଣାର ଯାଞ୍ଚ ସହ ସିନରିକ୍ରିଏସନ ମଧ୍ୟ କରିବ ।
ସୂଚନା ଅନୁସାରେ, ଗତ ଜୁନ ୧୫ ତାରିଖରେ ଜଣେ କଲେଜ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଗୋପାଳପୁର ବେଳାଭୂମିରେ ବୁଲୁଥିଲେ । ଏହି ସମୟରେ ସେ ଗଣଦୁଷ୍କର୍ମ ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ ପରେ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଡିଜିପି ଘଟଣାର ଗମ୍ଭୀରତାକୁ ନଜରରେ ରଖି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ମହିଳା କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ଅଭିଯୁକ୍ତମାନଙ୍କର ଗିତିବିଧିକୁ ଜାଣିବା ପାଇଁ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି । ଦିନକୁ ଦିନ ଘଟଣାର ତଦନ୍ତ ଜୋର ହେଉଛି ।