କେନ୍ଦୁଝର: ବିଳମ୍ବିତ ରାତିରେ ଟ୍ରକ୍କୁ ଧକ୍କାଦେଲା ବରଯାତ୍ରୀ ବସ୍ । ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବିଲେଇପଦା ନିକଟରେ ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ସୁବାସିନୀ ନାମକ ଘରୋଇ ବସ ବରଯାତ୍ରୀ ନେଇ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି । ଯୋଡ଼ା ଥାନା ବିଲେଇପଦା ନିକଟରେ ଟ୍ରକ୍କୁ ଧକ୍କା ଦେଇଥିଲା ବସ୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ସେମାନଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।