ଜଗସିଂହପୁର : ବାଜୁଛି ସାଇରନ୍ ହେଲେ ଭିତରେ ନାହାନ୍ତି କେହି ଜଣେ ବି ରୋଗୀ । ରୋଗୀ ବଦଳରେ ଆମ୍ବୁଲାନ୍ସ ରେ ଭରି ରହିଛି ବହି ବସ୍ତା ।
ରୋଗୀ ବୁହା ଯାନ ନୁହେଁ ବସ୍ତାବୁହା ଯାନ ପାଲଟିଛି ୧୦୮ ଆମ୍ବୁଲାନ୍ସ। ଜଗତସିଂହପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି କିଛି ଦୃଶ୍ୟ।ଯାହାକୁ ନେଇ ସବୁଠି ଉଦବେଗ ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ ଜଗତସିଂହପୁର ଜିଲ୍ଲାରେ ଏକ ୧୦୮ ଆମ୍ବୁଲାନ୍ସରେ କିଛି ବସ୍ତା ବୁହା ହେଉଥିବା ଦେଖିବାକୁ ମିଳିଥିଲା । ଫଳରେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସଟିର ପିଛା କରି ମଙ୍ଗଳପୁର ଛକ ନିକଟରେ ଗାଡିକୁ ଅଟକାଇ ଆମ୍ବୁଲାନ୍ସ ଡୋର୍ ଖୋଲିଥିଲେ । ଆମ୍ବୁଲାନ୍ସ ଭିତରେ ୨୨ଟି ଜରି ବସ୍ତାରେ କିଛି ସାମଗ୍ରୀ ରହିଥିବା ଦେଖିବାକୁ ମିଳିଥିଲା । ଉକ୍ତ ବସ୍ତାରେ ବହି, ସାମ୍ପୋ ଆଦି ଜିନିଷ ରହିଥିବା ଦେଖିବାକୁ ମିଳିଥିଲା । ଲୋକଙ୍କ ହାତରେ ଧରାପଡିବା ପରେ ଉପର ଅଫିସରଙ୍କ ନିର୍ଦ୍ଦେଶରେ ଏହି ବସ୍ତା ଚୌଦ୍ୱାରରୁ ଆଣିଥିଲୁ ବୋଲି ଆମ୍ବୁଲାନ୍ସ ଡ୍ରାଇଭର ଜଣକ କହିଛନ୍ତି ।
ତେବେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଦାୟିତ୍ବରେ ଥିବା ଅଧିକାରୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।