ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଅଂଚଳର ପଦୁନା ଛକ ନିକଟରେ ଏକ ଅଘଟଣ ଘଟିଯାଇଛି । ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ସମୟରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ୩ ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଖଇରା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସମୟରେ କୁପାରୀ ରାସ୍ତାର ପଦୁନା ନିକଟରେ ଅଟୋ ସାଇକେଲ ଦୁର୍ଘଟଣା ଘଟିଥିଲା । ଯାହା ଫଳରେ କି ଅଟୋ ତଳେ ଚାପିହୋଇ ୩ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ସଙ୍ଗେସଙ୍ଗେ ସେମାନଙ୍କୁ ଉଦ୍ଧାର କରି ଖଇରା ମେଡିକାଲକୁ ଅଣାଯାଇଥିଲା । ତେବେ ସମସ୍ତେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ହୋଇଥିଲା ଵେଳେ ଟିଉସନ ଆସୁଥିବା ବେଳେ ଏପରି ଏକ ଅଘଟଣ ଘଟିଥିବା ଜଣାପଡିଛି ।