ପୁରୀ: ଡେଲାଙ୍ଗ ଅଞ୍ଚଳରୁ ଦୁଇ ନାବାଳିକା ନିଖୋଜ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କର ପତ୍ତା ଏପର୍ଯ୍ୟନ୍ତ ମିଳିପାରି ନାହିଁ ।
ସୂଚନା ଅନୁସାରେ, ଗତ ଶୁକ୍ରବାର ଠାରୁ ଦୁଇ ଜଣ ନାବାଳିକା ନିଖୋଜ ଅଛନ୍ତି । ଘର ଲୋକ ଏନେଇ ଡେଲାଙ୍ଗ ଥାନାରେ ଅଭିଯୋଗ କରି କହିଛନ୍ତି ଯେ ସେମାନେ ଶୁକ୍ରବାର ସାଇକେଲ ଯୋଗେ ଡେଲାଙ୍ଗ ଷ୍ଟେସନ ବଜାରରୁ ଯାଇଥିଲେ । ହେଲେ ସେମାନେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ଆଖପାଖ ଅଞ୍ଚଳରେ ରହୁଥିବା ସେମାନଙ୍କ ସାଙ୍ଗସାଥିଙ୍କ ଘରେ ବହୁ ଖୋଜାଖୋଜି କରିଥିଲେ । ବହୁ ଖୋଜାଖୋଜି କରିବା ପରେ ସାଇକେଲଟିକୁ ବଜାର ନିକଟସ୍ଥ ରାସ୍ତା କଡ଼ରୁ ପାଇଥିଲେ । କିନ୍ତୁ ଉଭୟ ନାବାଳିକାଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ । ତେବେ ଏହି ନାବାଳିକା ନିଖୋଜ ଘଟଣାକୁ ୪ ଦିନ ବିତିଯାଇଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ ।