ଆଜି ରିଲିଜ ହୋଇଛି ପଞ୍ଚାୟତର ଚତୁର୍ଥ ସିଜିନ। ଯେଉଁଥିରେ ଜିତେନ୍ଦ୍ର କୁମାର, ନୀନା ଗୁପ୍ତା ଏବଂ ରଘୁବୀର ଯାଦବ ପୁଣିଥରେ ନିଜର କମାଲ ଦେଖାଇଛନ୍ତି। ଏହି ସିଜିନରେ ଫୁଲେରା ଗାଁର ରାଜନୀତିଠାରୁ ସଚିବଙ୍କ ଚାକିରି ଏବଂ ରିଙ୍କିଙ୍କ ସହ ତାଙ୍କର ସମ୍ପର୍କ ପର୍ଯ୍ୟନ୍ତ ଅନେକ ପ୍ରଶ୍ନର ଉତ୍ତର ଦିଆଯାଇଛି। ଏହି ୱେବ୍ ସିରିଜ୍ ପ୍ରଥମ ସିଜିନ୍ରୁ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି ଏବଂ ଲୋକମାନେ ପ୍ରତ୍ୟେକ ନୂତନ ସିଜିନ୍କୁ ଉତ୍ସାହର ସହିତ ଅପେକ୍ଷା କରନ୍ତି।
ତେବେ ଏହି ସିଜିନରେ ସବୁଠାରୁ ବଡ଼ ପ୍ରଶ୍ନ ଥିଲା, ସଚିନ ଜୀଙ୍କ କ୍ୟାରିୟରର କ'ଣ ହେବ। ତେଣୁ ସେ ବିଷୟରେ ଜାଣିବା ପାଇଁ ଦର୍ଶକ ଚାହିଁରହିଥିଲେ। ଶେଷରେ ପଞ୍ଚାୟତର ଚତୁର୍ଥ ସିଜିନ ରିଲିଜ ହେବା ପରେ ଜଣାପଡିଛି ମୁଖ୍ୟ କାହାଣୀ। ସାମଗ୍ରିକ ଭାବରେ ପଞ୍ଚାୟତ ୪ ଫୁଲେରା ଗାଁର ରାଜନୀତି ସମ୍ପର୍କ ଏବଂ ଦ୍ୱନ୍ଦ୍ୱକୁ ଏକ ଆକର୍ଷଣୀୟ ଉପାୟରେ ପ୍ରଦର୍ଶନ କରିଛି। ଏପରିକି ସଚିବ କ୍ୟାଟ ପାସ୍ କରିଛନ୍ତି ଏବଂ ତାଙ୍କୁ ଏକ ଭଲ କଲେଜରେ ଚାକିରୀ ମିଳିଥିବାର ଦେଖିବାକୁ ମିଳିଥିଲା।
ଏଥର ପ୍ରଧାନ ଜୀଙ୍କ ରାଜନୈତିକ ଧାରଣ ଉପରେ କଠିନ ପ୍ରତିଯୋଗିତା ହେଉଛି। ବିଶେଷକରି ଭୂଷଣ ପଞ୍ଚାୟତ ନିର୍ବାଚନରେ ପ୍ରଧାନ ଜୀଙ୍କ ପତ୍ନୀ କ୍ରାନ୍ତି ଦେବୀଙ୍କୁ ପରାସ୍ତ କରି ନିଜର ଶକ୍ତି ଦେଖାଇଥିଲେ। ସଚିବ ଜୀ ଏବଂ ରିଙ୍କିର ପ୍ରେମ କାହାଣୀ ମଧ୍ୟ ଦର୍ଶକଙ୍କ ପାଇଁ ବହୁତ ରୋମାଞ୍ଚକର। ଏହି ସିଜିନରେ ଅଭିଷେକ ରିଙ୍କିକୁ ପ୍ରସ୍ତାବ ଦେଇଛନ୍ତି ଏବଂ ଆଶା କରାଯାଉଛି ଯେ ଆଗାମୀ ସିଜିନରେ ସେମାନଙ୍କ ପ୍ରେମ କାହାଣୀ ଆହୁରି ସୁନ୍ଦର ଭାବରେ ପ୍ରଦର୍ଶିତ ହେବ।
ତେବେ ସିଜିନ୍ ୩ରେ ପ୍ରଧାନଙ୍କ ଉପରେ ହୋଇଥିବା ଆକ୍ରମଣର ସତ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ ପାଇନାହିଁ। କିନ୍ତୁ ପ୍ରଧାନ ଜୀ ଏହି ଘଟଣାରେ ଭୂଷଣ ଏବଂ ବିଧାୟକ ଚନ୍ଦୁ ସିଂହଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି। ପଞ୍ଚାୟତର କାହାଣୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ଦର୍ଶକ ପଞ୍ଚମ ସିଜିନକୁ ଉତ୍ସାହର ସହିତ ଅପେକ୍ଷା କରିବେ ଏବଂ ପଞ୍ଚମ ସିଜିନର ଯାତ୍ରାର ପରବର୍ତ୍ତୀ ଅଂଶ ଦେଖିବାକୁ ପାଇବେ।