କେନ୍ଦ୍ରାପଡା: ଭିତରକନିକାରେ ଆରମ୍ଭ ହେବ ପକ୍ଷୀ ଗଣନା । ଆସନ୍ତା ୩୦ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହୋଇ ଆସନ୍ତା ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୩ ଦିନ ଧରି ଭିତରକନିକାରେ ପକ୍ଷୀ ଗଣନା ହେବ । ଭିତରକନିକା ବିଭିନ୍ନ ଅଞ୍ଚଳ ମଠଆଡିଆ, ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା ହେବ ।
ପକ୍ଷୀ ଗଣନା ମାଧ୍ୟମରେ ଆସୁଥିବା ଲକ୍ଷ ଲକ୍ଷ ପ୍ରଜାତିର ପକ୍ଷୀଙ୍କ ଆକଳନ କରିହେବ । ପକ୍ଷୀ ଗଣନାରେ ପକ୍ଷୀ ବିଶେଷଜ୍ଞ ଏବଂ ବନ ବିଭାଗର କର୍ମଚାରୀମାନେ ସାମିଲ ହୋଇଥାନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି ନା' କମିଛି ତାହାର ଟିକିନିଖି ହିସାବ ମଧ୍ୟ କରାଯାଇ ପାରିବ। ଚଳିତବର୍ଷ ଅଧିକ ପକ୍ଷୀ ଥିବା ନେଇ ଆଶାବାଦୀ ଅଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।
ଅଧିକ ପଢନ୍ତୁ : ଆଜି ଗଣେଶ ଚତୁର୍ଥୀ: ଉତ୍ସବ ମୁଖର ହୋଇ ପଡିଛି ଗାଁ ଠାରୁ ସହର