ରବିବାର ନିଖୋଜ ଥିଲେ ୟୁଟ୍ୟୁବର: ଆଜି ମିଳିଲା ତାଙ୍କର ସନ୍ଧାନ Khabar odisha :27/08/2025 Share story: ଗଞ୍ଜାମ: ଗତ ରବିବାର ନିଖୋଜ ହୋଇଥିବା ୟୁଟ୍ୟୁବରଙ୍କ ସନ୍ଧାନ ମିଳିଛି । ମହେନ୍ଦ୍ରଗିରି ପର୍ବତର ପାଦଦେଶରେ ଥିବା ବାରହା ପଥର ଜଳପ୍ରପାତକୁ ବଣଭୋଜି କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ ୟୁଟ୍ୟୁବର । ସୂଚନା ଅନୁଯାୟୀ; ସେ ବ୍ଳଗିଂ କରିବା ସହିତ ବ୍ରହ୍ମପୁର ସହରରେ ଏକ ଗ୍ରୋସରୀ ହୋମ୍ ଡେଲିଭେରି କମ୍ପାନୀରେ କାମ କରୁଥିଲେ । ନିଖୋଜ ହେବା ପରେ ଅନ୍ୟ ସାଙ୍ଗ ମାନେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଜରଡା ଥାନା ପୋଲିସ ଓ ପାତ୍ରପୁର ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ଆଜି ସୁରକ୍ଷିତ ଅବସ୍ଥାରେ ତାଙ୍କର ପତ୍ତା ମିଳିଛି । ଅଧିକ ପଢନ୍ତୁ: ମେୟରଙ୍କୁ ନ ଡାକି ସମୀକ୍ଷା ବୈଠକ କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋଶ; ଜବାବରେ 'ଆକ୍ସିଡେଣ୍ଟାଲ MLA' କହି ସୁବାସ ସିଂ କଲେ ତାଚ୍ଛଲ୍ୟ Sangeeta Priyadarshini Sahoo, Author, 27-08-2025 9:47AM