ଭୁୁବନେଶ୍ୱର: ମହୁଆ ମୋଇତ୍ରାଙ୍କ ପରେ ଏବେ ତାଙ୍କ ସ୍ୱାମୀ ତଥା ବିଜେଡିର ବରିଷ୍ଠ ନେତା ତଥା ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ ହୋଇଛି । ଆର୍ଥିକ ହେରଫେର, ମନି ଲଣ୍ଡ୍ରିଂ ଭଳି ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ସଂସଦରେ ଦେଶ ସୁରକ୍ଷା ତଥା ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଏହା ସହିତ ସନ୍ଦେହଜନକ ସଂପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିଥିବା ଅଭିଯୋଗ ରହିଛି । ବିମୁଦ୍ରୀକରଣ ବେଳେ କ୍ୟାସ ଡିପୋଜିଟ୍ କରିଥିଲେ । ଏ ଅର୍ଥ କୁଆଡୁ ଆସିଲା ସେ ନେଇ ପ୍ରଶ୍ନ ଉଠିଛି । ଗୃହରେ ନ୍ୟୁକ୍ଲିୟର ବୁଡାଜାହାଜ, ମିସାଇଲ ସିଷ୍ଟମ ସଂପର୍କିତ ତଥ୍ୟ ପଚାରିଥିଲେ । ଜାତୀୟ ସୁରକ୍ଷା ସଂପର୍କିତ ତଥ୍ୟ ନେଇ ପ୍ରଶ୍ନ ପଚାରିବା ପିନାକୀ ମିଶ୍ରଙ୍କ ନାଁରେ ଅଭିଯୋଗ ରହିଛି । ଏପରିକି ଦେଶରେ କେତୋଟି ବୁଡାଜାହାଜ ସକ୍ରିୟ ଅଛି, ଆଇଏନଏସ ଅରିହନ୍ତ ଓ ଆଇଏନଏସ ଚକ୍ରର ଗୁପ୍ତ ତଥ୍ୟ ନେଇ ସଂସଦରେ ପ୍ରଶ୍ନ ପଚାରିବା ନେଇ ଅଭିଯୋଗ ହୋଇଛି ।
ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଗୃହ ମନ୍ତ୍ରଣାଳୟ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଦୁଇଟି ଅଭିଯୋଗ ଦାୟର ହୋଇଥିବା ସୂଚନା ମିଳିଛି । ଅଭିଯୋଗଗୁଡିକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଏପରିକି ଅଭିଯୋଗ ଗ୍ରହଣ ପରେ ତଦନ୍ତ ଆରମ୍ଭ ହୋଇଛି । ଏ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି । ଗୋଟିଏ ଅଭିଯୋଗରେ ଆର୍ଥିକ ହେରଫେର ଏବେଂ ସନ୍ଦେହଜନକ ସଂପତ୍ତି କାରବାର ନେଇ ଦର୍ଶାଯାଇଥିବା ବେଳେ ଅନ୍ୟଟିରେ ଦେଶର ସୁରକ୍ଷା ସଂପର୍କିତ ପ୍ରସଙ୍ଗରେ ବାରମ୍ବାର ସଂସଦରେ ପ୍ରଶ୍ନ କରିଥିଲେ ପିନାକୀ ମିଶ୍ର । ଗୋଟିଏ ଜାତୀୟ ସୁରକ୍ଷା ସଂପର୍କିତ ହୋଇଥିବା ବେଳେ ଅନ୍ୟଟି ଜନସ୍ୱାର୍ଥ ମାମଲା ନେଇ ଅଭିଯୋଗ ହୋଇଛି ।
ଉଲ୍ଲେଖନୀୟ ପିନାକ ମିଶ୍ରଙ୍କ ବର୍ତ୍ତମାନ ପତ୍ନୀ ତଥା ସାଂସଦ ମହୁଆ ମୋଇତ୍ରା ଜଣେ ବ୍ୟବସାୟୀଙ୍କ ଫାଇଦା ପାଇଁ ସଂସଦରେ ପ୍ରଶ୍ନ ପଚାରିବା ଘଟଣାରେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ସେ ସଂସଦୀୟ ଯୁଗ୍ମ କମିଟି(ଜେପିସି) ତଦନ୍ତ ସମ୍ମୁଖୀନ ହୋଇଛନ୍ତି । ମହୁଆ ଗୃହର ସମ୍ବେଦନଶୀଳ ସୂଚନା ପ୍ରଦାନ କରୁଥିବା ଅଭିଯୋଗ ହୋଇଥିଲା । ଆଉ ଏବେ ପିନାକୀ ମିଶ୍ରଙ୍କ ଅଡୁଆ ବଢିବାକୁ ଯାଉଛି ।