ଭୁବନେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା । ଏହା ବିପଦ ସଙ୍କେତ ମଧ୍ୟ ପାର କରିଥିଲା । ସାମାନ୍ୟ ବର୍ଷା କମିବା ଫଳରେ ନଦୀର ଜଳସ୍ତର କମିଛି । କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ଲୋକଙ୍କ ଚାଷ ଜମି ସହ ଘରେ ପାଣି ଲହଡି ମାରୁଛି । ସୁବର୍ଣ୍ଣରେଖା ନଦୀରେ ଷଷ୍ଠ ଥର ବନ୍ୟା ଆସି ବାଲିଆପାଳ ବ୍ଲକର ୮ଟି ପଂଚାୟତ ଓ ଜଳେଶ୍ବର ବ୍ଳକର ୬ଟି ପଂଚାୟତର ଅଧିକାଂଶ ଗାଁ ଜଳମଗ୍ନ ହୋଇ ରହିଛି ।
ଅନ୍ୟପଟେ ବୈତରଣୀ ନଦୀରେ ଜଳସ୍ତର ଖସିଥିଲେ ବି ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଯାଜପୁର ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ରହିବା ସହ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି ।
ସୂଚନା ଯୋଗ୍ୟ, ଆଜି ଭୋର ସମୟରେ ସତର୍କ ସଂକେତ ତଳକୁ ନଦୀର ଜଳସ୍ତର ସତର୍କ ସଂକେତ ତଳକୁ ଆସିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଥିଲେ । ବାଲେଶ୍ୱରରେ ବନ୍ୟା ଯୋଗୁଁ ବସ୍ତା, ଭୋଗରାଇ, ବାଲିଆପାଳ, ଜଳେଶ୍ୱର ପ୍ରଭାବିତ ହୋଇଛି । ସେହିପରି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ, ତିହିଡି, ଧାମନଗର ବ୍ଲକ ବି ପ୍ରଭାବିତ ହୋଇଛି । ଯାଜପୁରରେ କାଣୀ ନଦୀ ଘାଇ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି । ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏ ସ୍ଥିତିରେ ସୁଧାର ଆସିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
ଅଧିକ ପଢନ୍ତୁ : ଗଣେଶ ପୂଜାରେ ଭିଜିବ ଓଡିଶା: ଏହି ଜିଲ୍ଲାକୁ ଦିଆଯାଇଛି ୱାର୍ଣ୍ଣିଂ